ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ନିର୍ଦ୍ୱନ୍ଦ ରେ ବ୍ଲକ ଅଧ୍ୟକ୍ଷା ହେଲେ ରିତା ଅଗ୍ରୱାଲ

କୋକସରା,୧୨।୩ – ଶନିବାର ରାଜ୍ୟର ବିଭିନ୍ନ ବ୍ଲକ ରେ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବ୍ଲକ ଅଧ୍ୟକ୍ଷା ଆସନ ଅଣ ସଂରକ୍ଷିତ ବର୍ଗ ର ମହିଳା ଙ୍କ ପାଇଁ ରହିଥିବା ବେଳେ ଲଡୁଗାଁ ପଞ୍ଚାୟତ ରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ରିତା ଅଗ୍ରୱାଲ ନିର୍ଦ୍ୱନ୍ଦ ରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। କୋକସରା ବ୍ଲକ ୨୨ ପଞ୍ଚାୟତ ରହିଥିବା ବେଳେ ସମସ୍ତ ପଞ୍ଚାୟତ ରୁ ନିର୍ବାଚନ ରେ ବିଜୟୀ ହୋଇଥିବା ସମିତି ସଭ୍ୟ/ସଭ୍ୟା ମାନେ ରିତା ଅଗ୍ରୱାଲ ଙ୍କୁ ସମର୍ଥନ କରି ବ୍ଲକ ଅଧ୍ୟକ୍ଷା ରୂପେ ନିର୍ବାଚିତ କରିଛନ୍ତି। ଶନିବାର ବ୍ଲକ ରେ ବ୍ଲକ ଅଧ୍ୟକ୍ଷା ପାଇଁ ନିର୍ଦ୍ଧାରିତ ସମୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ ନିର୍ବଚିତ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହିଥିଲେ। ଅଧ୍ୟକ୍ଷା ଆସନ ପାଇଁ ଲଡୁଗାଁ ପଞ୍ଚାୟତ ସମିତି ସଭ୍ୟା ରିତା ଅଗ୍ରୱାଲ ଜଣେ ମାତ୍ର ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ସମୟ ସୀମା ମଧ୍ୟରେ ଅନ୍ୟ କୌଣସି ନାମାଙ୍କନ ଦାଖଲ ହୋଇ ନ ଥିବା କାରଣରୁ ନାମାଙ୍କନ ପତ୍ର ଯାଞ୍ଚ ପରେ ରିତା ଅଗ୍ରୱାଲ ଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ। ଅଧ୍ୟକ୍ଷା ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ କଲମପୁର ବିଡ଼ିଓ ପ୍ରସନ୍ନ କୁମାର ପଟେଲ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନାରାୟଣ ଭୋଇ ସମେତ ପଂଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ। ମ ନି ସ

Related posts

ଲୋକଙ୍କ ଗୁହାରି ଶୁଣିଲେ ରେଲୱେ ବୋର୍ଡ୍ କର୍ତ୍ତୃପକ୍ଷ 

ପୁଣି ଇନ୍ଦ୍ରାବତୀ ବାମ କେନାଲ ରେ ଘାଇ….ଲୋକଙ୍କ ଘରେ ପଶିଲା ପାଣି.. ବହୁ ଚାଷ ଜମି ଜଳମଗ୍ନ

Sunil Chandra Nayak

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

Leave a Comment

error: Content is protected !!