ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେଲିଭିଜନ ଖବର…. ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ   

ଦିଦି ନମ୍ବର ୱାନ୍”

ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ । ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି “ଦିଦି ନମ୍ବର ୱାନ୍” । ଆସନ୍ତା ମେ ୩୦ ତାରିଖରୁ ଏହାର ପ୍ରସାରଣ ହେବାକୁ ଥିବା ବେଳେ ଓଡ଼ିଆ ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ର ହୋଷ୍ଟ କରିବେ । ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୫ଟାରେ “ଦିଦି ନମ୍ବର ୱାନ୍” ର ପ୍ରସାରଣ ସମୟ ରଖା ଯାଇଛି । ସେହିପରି ରବିବାର ରାତି ୮ :୩୦ରେ ଏହି କାର୍ଯ୍ୟକ୍ରମର ସ୍ପେସିଆଲ ଏପିସୋଡ ପ୍ରସାରଣ ହେବ ବୋଲି ଚ୍ୟାନେଲ ତରଫରୁ ସୂଚନା ଦିଆଯାଇଛି ।

ଓଡ଼ିଆ ପରିବାରର ଗୁଣବତୀ,ବୁଦ୍ଧିମତୀ ଓ କଳାବତୀ ମହିଳାମାନେ ଦିଦି ନମ୍ବର ୱାନ୍‌ରେ ନିଜ ଅନ୍ତର୍ନିହିତ ଗୁଣକୁ ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇପାରିବେ । ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପ୍ରତିଯୋଗୀମାନେ ଭାଗ ନେଇ ନିଜର ବୁଦ୍ଧିକୁ ଦେଖେଇପାରିବେ ଏବଂ ତା ସହିତ ବହୁତସାରା ଏକ୍ସ|ଇଟିଙ୍ଗ ଗିଫ୍ଟ ଜିତିବାର ସୁଯୋଗ ପାଇପାରିବେ । ଏହାର ଅଡିସନ ଓଡ଼ିଶାର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି | ମନୋରଞ୍ଜନ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋ’ର ପରିକଳ୍ପନା କରିଛି ଜୀ ସାର୍ଥକ । ସବୁବେଳେ ଓଡ଼ିଆ କଳା ଓ ସଂସ୍କୃତି ସହ ଦର୍ଶକଙ୍କ ରୁଚିକୁ ଗୁରୁତ୍ୱ ଦେଇ ଆସୁଥିବା ଜୀ ସାର୍ଥକ ଏଥର ମହିଳାମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ।

ଆଲବମ ଓ ଟେଲିଭିଜନ ପରଦାରେ ଘରେ ଘରେ ପରିଚିତ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ରେ ହୋଷ୍ଟ କରିବେ । ଶହେରୁ ଅଧିକ ଆଲବମରେ ଲିପି ନାୟିକା ଭାବରେ ଅଭିନୟ କରିଛନ୍ତି । ମେଘରେ ମେଘ ଠାରୁ ନେଇ ଜାଈଫୁଲ ଯାଏଁ ଶହେରୁ ଅଧିକ ହିଟ୍ ମ୍ୟୁଜିକ ଭିଡିଓ ଦେଇଛନ୍ତି ଲିପି । ସେହିଭଳି ଟେଲି ସିରିୟଲ ମାଧ୍ୟମରେ ଲିପି ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛନ୍ତି । ଏବେ “ଦିଦି ନମ୍ବର ୱାନ”ରେ ହୋଷ୍ଟ ହୋଇ ମହିଳାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଦେଖାଇବାରେ ଉତ୍ସାହିତ କରିବେ ଲିପି । ବିଭିନ୍ନ ଶୋ ମାଧ୍ୟମରେ ବାରମ୍ବାର ହିଟ୍ ଦେଉଥିବା ଜୀ- ସାର୍ଥକର ‘ଦିଦି ନମ୍ବର ୱାନ୍’ ଶୋ’ ବି ଏଥର ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି |

କଳାହାଣ୍ଡି ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଜଗନ୍ନାଥ

Sunil Chandra Nayak

ଉପଭୋକ୍ତା ଙ୍କୁ ଆଶ୍ୱସ୍ତି.. ଆଜି ଠାରୁ ହ୍ରାସ ପାଇଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର

ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!