ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବାଇକ୍ ଓ ସ୍କୁଟି ପ୍ରେମ

 ବାଇକ୍ ଓ ସ୍କୁଟି ପ୍ରେମ

       ଅପର୍ତ୍ତି ସେଠୀ

        (ରମ୍ୟ ରଚନା)
ଭୁବନେଶ୍ୱରର ଏକାମ୍ର କାନନ
       ଫ୍ରଣ୍ଟ୍ ଗେଟ୍ ସାମ୍‌ନାରେ,
ବାଇକ୍ ଓ ସ୍କୁଟି ନିରୋଳାରେ ରହି
       ପ୍ରେମାଳାପ କରୁଥିଲେ।
ବାଇକ୍ କହୁଛି ହାଏମୋ ଡାର୍ଲିଂ
       ପ୍ରତ୍ଯେହ ତୁମକୁ ଦେଖେ ,
ମନ କଥା ଖୋଲି କହୁଛି ତୁମକୁ
       ଭଲ ପାଉଛି ମୁଁ କେତେ? 
ସୁନ୍ଦରୀ ସ୍କୁଟିଟା ଷ୍ଟାଇଲ୍ ବାଇକ୍
        ମୁହଁରୁ ଶୁଣି ଏ କଥା,
ଅଧା ସ୍ମାଇଲରେ ଝାଉଁଳି ପଡ଼ିଲା
        ଯେହ୍ନେ ଲାଜକୁଳୀ ଲତା।
ଲାଜୁଆ ହସରେ କହିଦେଲା ସ୍କୁଟି
         ଆଇ ଲଭ୍ ୟୁ ଠୁ,
ଅପେକ୍ଷା ମୁଁ କରିଥିଲି ଏହିକଥା
        ଶୁଣିବାକୁ ତୁମ ଓଠୁଁ।
ପ୍ରେମ ସିନା ମାତ୍ର ଅଢେଇ ଅକ୍ଷର
        କଥା ତ ଅନେକ କୁହେ,
ଯୁଗେ ଯୁଗେ ଏହା ଦୁସ୍ଥ ସମାଜକୁ
        ବହୁ ଶିକ୍ଷା ଦେଉଥାଏ।
ଏ ପ୍ରେମୀ ଯୁଗଳ ଆମକୁ ପ୍ରତ୍ଯେହ
        ବ୍ୟବହାର କରୁଥାନ୍ତି,
ପ୍ରେମଟି ଶାସ୍ଵତ ଚିରନ୍ତନ ବୋଲି
       କେବେ ସେ ଭାବୁନାହାନ୍ତି।
ହଜାରେ ଯୁବକ ଯୁବତୀ ଏକାମ୍ର-
        ପାର୍କ ନିତି ଆସୁଥାନ୍ତି,
ଅଶ୍ଳୀଳ ଇଙ୍ଗୀତେ ପରଷ୍ପର ଏଠି
        ରୋମାନ୍ସମାନ କରନ୍ତି।
ଦୂର ଦୂରାନ୍ତରୁ ପାଠ ପଢ଼ିବାକୁ
         ଆସିଥାନ୍ତି ରାଜଧାନୀ,
ବାପା ମାଆଙ୍କର ଆଶା ଭରଷାକୁ
         ଥରେ ଚିନ୍ତା କରନ୍ତିନି।
ବାପା ଜାଣିବାକୁ ପୁଅ ମୋର ବଡ଼
         କଲେଜରେ ପଢୁଅଛି,
କେଉଁ ବାପାମାଆ ଝିଅଟିକୁ ପୁଣି
         ରାଜଧାନୀରେ ପଢାନ୍ତି।
ପାଠ ସିନା ଥାଏ ପାଠବାଟେ କିନ୍ତୁ
         ପୁଅ ଝିଅ ନଷ୍ଟ ଆଜି,
ପାର୍କ ଆସୁ ଆସୁ କାମନା ନିଶାରେ
         ପରଷ୍ପର ଯାନ୍ତି ହଜି।
ଏଇ କ’ଣ ପ୍ରେମ ଅର୍ଧନଗ୍ନ ଦେହ
         ନେଇ ସହରେ ବୁଲିବା,
ଏଇ କ’ଣ ପ୍ରେମ ପାର୍କରେ ବସି
         କିସ୍ ଦିଆନିଆ ହେବା?
ଏଇ କ’ଣ ପ୍ରେମ ବିବାହ ପୂର୍ବରୁ
          ଚରିତ୍ର ନଷ୍ଟ କରିବା,
ନା,ଏଇ କ’ଣ ପ୍ରେମ ବାପାମାଆଙ୍କର
           ଆଶାରେ ଧୂଳି ଛାଟିବା।
ନାହିଁ ପ୍ରତିରୋଧ ନାହିଁ କଟକଣା
           ଟିକେଟ ପଚାଶ ସିନା,
ଇଜ୍ଜତ ନିଲାମ ହାଟ ଏହି ପାର୍କ
           ପ୍ରେମ ଏଠି ବିକାକିଣା।
ପାର୍କ ହୋଇଥିଲା ମନୋରଞ୍ଜନ କି
          ସହର ସୌନ୍ଦର୍ଯ୍ୟ ପାଇଁ,
ଆଜି ଏ ପାଆର୍କ ଫାମିଲି ପାଇଁଁକି
          ଯେମନ୍ତେ ଲୋଡ଼ା ନୁହ‌ଁଇ।
ସୁନ୍ଦର ଶିକ୍ଷିତ ଯୁବକ ଯୁବତୀ
          ଏହି କୁତ୍ସିତ ପ୍ରେମରେ,
ଶୀକାର ହୁଅନ୍ତି ନିତି ଏହିଠାରେ
          ସମାପ୍ତ ଆତ୍ମହତ୍ୟାରେ।
ପ୍ରେମ କରିବାକୁ ମନା ନାହିଁ ପ୍ରେମ
          ସେହିଭଳି କଲେ ଭଲ,
ହୃଦୟ ସହିତ ହୃଦୟଟି ମିଶୁ
          ଚରିତ୍ର ରହୁ ନିର୍ମଳ।
ପ୍ରେମ ବିନା ଏଠି ଦୁନିଆଁ ଅଧୁରା
          ସବୁକିଛି ପ୍ରେମମୟ,
ବାତ୍ସଲ୍ୟ ପ୍ରେମଠୁଁ ସମ୍ପର୍କର ପ୍ରେମ
          ପ୍ରେମ ଏଠି ନିରାମୟ।
କୃଷ୍ଣ କଲେ ପ୍ରେମ ବ୍ରଜବାଳୀ ସଙ୍ଗେ
          ସେଥିଲା ଚିର ଶାସ୍ଵତ,
ଆଜିକାର କୃଷ୍ଣ ଲୀଳା କରୁଛନ୍ତି 
         ଧରି ପ୍ରେମିକା ବହୁତ।
ସ୍କୁଟିର କଥାକୁ ବାଇକ୍‌ଟି ଶୁଣି
         ବଢେଇ ଦେଲା ତା’ହାତ,
ମୋ ସୁନା ଭ‌ଉଣୀ ବାନ୍ଧିଦେ ତୁ ରାକ୍ଷୀ
          ଅଭାଗା ଭାଇଟି ମୁଁ ତ।
ସ୍କୁଟି ବାନ୍ଧିଦେଲା ବାଇକ୍‌କୁ ରାକ୍ଷୀ
           ନିଜ ଓନି ଚିରିଦେଇ,
ଏ ଦୃଶ୍ୟକୁ ଦେଖି ଅପର୍ତ୍ତି ଆଖିରୁ
          ଆନନ୍ଦେ ଅଶ୍ରୁ ଗଡ‌ଇ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

     

Related posts

ନିରୁପମା ପାଣି ଙ୍କ କବିତା ଆଉ ଫେରିବୁନି

Sunil Chandra Nayak

ମହାଭାରତ କଥା–୫

ଆମ୍ବ ଗଛରୁ ପଡି ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!