ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ବୁଢ଼ାର୍‌ ଧଂଗ୍‌ରା ସୋର୍‌

  ବୁଢ଼ାର୍‌ ଧଂଗ୍‌ରା ସୋର୍‌

ଧଂଗ୍‌ରା ବେଲକେ ସୋର୍‌ କରୁଛେ ବୁଢ଼ା
କେନ୍‌ତା ଦବଡ଼ଉ ଥିଲା ତାର୍‌ ଘୁଡ଼ା
କେଭେଁ ଭାବି ନି’ଥାଇଁ ଦେଖ୍‌ବା ଇ ଦିନ୍‌
ଯେନ୍‌ ଆଡ଼୍‌କେ ଗଲେଁ ଲାଗୁଛେ ଶୁଇନ୍‌ ହୋ
କାଁ ହେଲା ଯେ ଏନ୍‌ତା ହେଲା
ମୁହୁଁ ବଂଦ୍‌ କରି ବସିଥା ରେ ଧନ
ନାଇଁତ ହେବୁ ଗୁଲ୍‌ଗୁଲା।୧
ପିଲାବେଲେଁ ଦେଖି ଧାଂଗ୍‌ରି ନନୀକେ
ମନ୍‌ କରୁଥିଲା ଯୁଆନ୍‌ ହେବାକେ
ତାର୍‌ ଠାନୁ ବଏସେଁ ଥାଉ ବଡ଼୍‌ ସାନ୍‌
ଡାକିଦେଲେଁ କିଏ ବିଗ୍‌ଡ଼େ ଧିଆନ୍‌ ହୋ
କଁସେ ପଖାଲୁଁ ଖାଇ ଗର୍‌ସେ
ଛାଡ଼ି ପଖାଲ୍‌ ଖୁରି ପଛ୍‌ ଧରୁଥିଲା
କେଭେଁ ରସେ କେଭେଁ ହଁସେ। ୨
ମାଏଝିକଁର୍‌ ପଛେଁ ପଡ଼ି ନି’ହେଲା ପାଠ୍‌
ପାଠର୍‌ ସାଂଗେଁ ନାଶ୍‌ ଗଲା ତାର୍‌ ଶାଠ୍‌
ଉଦୁର୍‌ମତିଆ ବୁଦ୍ଧି ଦେଖି ତାର୍‌ ବୁଆ
ସୁଂଦ୍‌ରୀ ଟୁକେଲ୍‌ ଗୁଟେ କରାଲା ବିହା ହୋ
ଦିନ ରାଏତ୍‌ ଗଲା ଭୁଲି
ବାପର୍‌ କମେଇ ଗେଫି କରୁଥିଲା ମଜା
ଘରେଁ ହେଇ ହୁର୍‌ସୁଲି। ୩
ସିଆନୀକେ ଭାବି ପେରେମ୍‌ ପୁତ୍‌ଲି
କାମଧଂଦା ଛାଡ଼ି ଖେଲି ଗୁଂଦ୍‌ଲି
ଫି ବଛର୍‌ ମୁଡ଼୍‌କେ ଗୁଟେକେଗୁଟେ
କୁଟୁମ୍‌ ବଢ଼ାଲା ପଛେ ନାଇଁ କେଭେଁ ହଟେ ହୋ
ଯେଭେଁ ହେଲା ବିତ୍‌ବିତା
ସାତ୍‌ଟା ଛୁଆର୍‌ ମା’କେ ଡାକ୍ତର୍‌ଖାନା ନେଲା
ମୁଡ଼େଁ ତାର୍‌ ପଶ୍‌ଲା ଚେତା। ୪
ମଜାଥିଁ ଫୁକ୍‌ଲା କେତେଟେ ଧନ୍‌
ମା’ବୁଆର୍‌ ଭି ଭାଂଗ୍‌ଲା ମନ୍‌
ମୁନୁଷ୍‌ ଠାନୁ ଫଟୁ ବନ୍‌ଲେ ଦିନେ
ଉଲା ହେଲେ ବୁପ୍‌ରେ ବାଟର୍‌ କାଁଥିନେ ହୋ
ଜଂଜାଲ୍‌ ଗଲା ଗୁର୍‌ଦୁ ବଢ଼ି
ଜାଂଗଲ୍‌ ଆଉର୍‌ ଜଂଜାଲ୍‌ ନି’ରହେଲେ ଆକ୍‌ଟେଁ
ଶୁଇଲା ଖଟେଁ ମୁହୁଁ ମାଡ଼ି। ୫
କେନ୍‌ସି କଥାଥିଁ କେଭେଁ ନି’କରିଁ ମନା 
ସେ ସିଆନୀ ଆଏଜ୍‌ ନାଇଁଦିଏ ଦାନା
ପିଲା ଟୁକେଲ୍‌ମାନେ ହେଲେନ ବଡ଼୍‌
କହୁଛେ ସେ ମାନକୁଁ ପଢ଼୍‌ ରେ ପଢ଼୍‌ ହୋ
ମୁନୁଷ୍‌ ହେବ ପଢ଼୍‌ଲେଁ ସିନା
ପାଠ୍‌ ନାଇଁପଢ଼ି ବାପର୍‌ ବାଗିର୍‌ ହେଲେଁ
ପେଟ୍‌କେ ନି’ମିଲେ କେଭେଁ ଦାନା।୬
ପିଲା ଧଂଗ୍‌ରା ବେଲର୍‌ ସାଂଗ୍‌ ମକ୍‌ର
ବାଟେଁ ଦେଖା ହେସି ଥର୍‌କେ ଥର୍‌
ଇସ୍‌କୁଲିଆ ସାଂଗ୍‌ କେତେ ସୁଂଦ୍‌ରୀ 
ଦେଖିଦେଲେଁ ମୁଡ଼୍‌ ତଲ୍‌କେ କରି 
ଚିନ୍‌ହିଁକରି ନି’ହୁଅନ୍‌ କଥା
ଯୁଆନ୍‌ ବେଲେଁ ତାର୍‌ ଆଗେଁ ପଛେଁ କିଂଦ୍‌ରି
କରି ପକଉଥିଲେ ଅଥା। ୭
ବନ୍‌ଏ ନି’କରି କାମ୍‌ ଯୁଆନ୍‌ ବଏସେଁ
ଗୁଇଁଲା ସମିଆ ମାଏଝିର୍‌ ପାଶେଁ
ଏଭେଁ କିଏ କାଏଁଯେ କର୍‌ବା ଆହା
ଯଦି କର୍‌ବେ ବଏଲେଁ ତାର୍‌ ପିଲାଛୁଆ ହୋ
ସେମାନେ ବିର୍‌ଲାଲେନ କେତେ
ଧଂଗ୍‌ରା ବେଲର୍‌ କଥା ପାସ୍‌ରି ଦେ ମନୁ 
କାଣା ମିଲ୍‌ବା କାଏଁ ତୋତେ। ୮

ଗଅଁଲିଆ କବି ସୁଧୀର୍‌ ପଁଡା

Related posts

ଫୁଲବାଣୀ ଜିରିଙ୍ଗିପଡା ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ୨୨ତମ ଜନ୍ମ ଦିବସ ଚନ୍ଦନଯାତ୍ରା ଆରମ୍ଭ

କରଞ୍ଜକୋଟ ଡ୍ୟାମ ଠାରେ ବିଜେପିର ସାଂଗଠନିକ ବୈଠକ

ଫୁଲବାଣୀ ନାରାୟଣୀ ସ୍ମାର୍ଟ ପାର୍କ – ବର୍ଷା ରେ ଭାଙ୍ଗି ଭୁଶୁଡି ପଡ଼ିଲା

Sunil Chandra Nayak

Leave a Comment

error: Content is protected !!