ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ବେଳ

ବାହୁଡା଼ ବେଳ

ଉପେନ୍ଦ୍ର କୁମାର ବସ୍ତିଆ

    
ନୀଳ ଆକାଶର ପକ୍ଷୀଟିଏ ପରି 
  ଉଡିଯାଏ କେହି ଚାଂହନା 
ଆନନ୍ଦେ ଯାଉଛି ଦୂର ଦିଗ ବଳୟେ 
  ପଛୁ ମୋତେ କେହି ଡ଼ାକାନା ।
ସବୁ ମୋହମାୟା ତୁଟାଇ ଦେଇଛି 
 ଫେରିବାକୁ କେହି କୁହନା 
ମୋ ପଥରେ ମୋତେ ଯିବାକୁ ହିଁ ଦିଅ 
  ଭୋଗିବିନି ଆଉ ଯାତନା।
ସଂସାର ମଞ୍ଚରେ ଅଭିନୟ ଥିଲା 
  ଅଢେଇ ଦିନର ଖେଳନା 
ମଞ୍ଚ ଭାଙ୍ଗିଗଲା ଖେଳ ସରିଗଲା 
  ପୁରି ଗଲା ସବୁ ବାସନା ।
ବସା ଭାଙ୍ଗିଗଲା ଉଡ଼ି ଯାଉଛି ମୁଁ 
  ନୀଳ ସରୋବର କୂଳକୁ 
ଫେରିବିନି କେବେ ଆଉଥର ପାଇଁ 
  ଏ ମାୟା ସଂସାର ଡାଳକୁ ।
ନଇଁ ନଇଁ ଆସେ ଶ୍ୟାମଳିନି ସଂଜ 
  ବହୁବାଟ ଅଛି ଯିବାକୁ 
ହଜିଯିବ ମୋର ନିଜର ଠିକଣା 
  ଚାଲି ଯିବି ବହୁ ଦୂରକୁ ।

ରାଉରକେଲା

 

Related posts

ମୋଟେର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

Sunil Chandra Nayak

ଶ୍ରୀମଦଭଗବତଗୀତାର ଅଷ୍ଟାଦଶ ଅଧ୍ଯାୟର ସାରକଥା– ୧୮

ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

Leave a Comment

error: Content is protected !!