ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ
ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ
ଭୀମରାଓ ରାମଜୀ ଆମ୍ବେଦକର
ମହାରାଷ୍ଟ୍ରର ମାହାର,
ରାମଜୀ ସକପାଲ ଭୀମାବାଈଙ୍କ
କୋଳ ମଣ୍ଡନ କରିଲ ||
ଅଠର ଶହ ଏକନାବେ ମସିହା
ଅପ୍ରେଲ ମାସ ଚଉଦ,
ଅସ୍ପୃଶ୍ୟ ଜାତିରେ ଲଭିଥିଲେ ଜନ୍ମ
ଦୁଇ ବର୍ଷେ ମା ଛେଉଁଣ୍ଡ ||
ପିଉସୀ ମୀରାବାଈ ସ୍ନେହେ ପାଳିତ
ଡାକନ୍ତି ଭୀମା ଵୋଲିଣ,
ସତର ବୟସେ ରାମାବାଈ କନ୍ୟେ
ହୁଏ ବିବାହ ବନ୍ଧନ ||
ଏମ.ଏ. ଡ଼କ୍ଟରେଟ ଉପାଧି ପ୍ରାପତ
ବିଖ୍ୟାତ ରାଷ୍ଟ୍ର ନୀତିଜ୍ଞ,
ଦଳିତର ନେତା ସ୍ୱାଧୀନ ସଂଗ୍ରାମୀ
ଆଇନର ବିଶାରଦ ||
ଉଣେଇଶ ଶ’ ସତଚାଳିଶ ମସିହା
ଅଗଷ୍ଟ ମାସ ପନ୍ଦର,
ଇଂରେଜ ଶାସନ କବଳରୁ ମୁକ୍ତି
ହୋଇଥିଲା ଭାରତର ||
ଉଣିଶ ଶ’ପଚାଶ ଜାନୁଆରୀ ଛବିଶେ
କାର୍ଯ୍ୟକାରୀ ସମ୍ବିଧାନ,
ସମ୍ବିଧାନ ଗଢି ଆମ୍ବେଦକରଯେ
ହୋଇଗଲେତ ମହାନ ||
ଆମ୍ବେଦକର ଯେ ମୁଖ୍ୟ ପୁରୋଧା
ସମ୍ବିଧାନର ଜନକ,
ଦୁଇବର୍ଷ ଏଗାର ମାସ ଅଠର ଦିନେ
ହୋଇଣ ଥଲା ପ୍ରସ୍ତୁତ ||
ଲୋକଙ୍କର ଲୋକ ମାନଙ୍କର ପାଇଁ
ଲୋକଙ୍କ ଦ୍ୱାରା ଶାସନ,
ଗଣତନ୍ତ୍ର ଶାସନ ଚାଲିଲା ଦେଶରେ
ହୋଇଲା ଦେଶ ମହାନ ||
ସମ୍ବିଧାନ ନୀତି ନିୟମାନୁଯାୟୀ
ଚାଲଇ ଆମ ଶାସନ,
ସମସ୍ତଙ୍କ ପାଇଁ ନିୟମର ଧାରା
ହୋଇଣ ଅଛି ସମାନ ||
ସମ୍ବିଧାନ ଗଢି ମହାନ ହୋଇଲେ
ଆଜି ହୁଅନ୍ତି ପୂଜିତ,
ତାଙ୍କ ଜନ୍ମ ଦିନେ ଜୟନ୍ତୀ ପାଳନେ
ପୁରପଲ୍ଲୀ ମୁଖରିତ ||