ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସବୁକିଛି ତ୍ୟାଗ କରି ଯୋଗୀ ହୁଅ ଅର୍ଜୁନ

ବ୍ୟୁରୋ -: ତା ୧୧.୦୮.୨୨ ରିଖ   ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୧୧.୦୮.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ   ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ବଡ଼ଭାଇ ଶ୍ରୀଯୁକ୍ତ ବିଶ୍ବେଶ୍ବର ମାଝୀ ଙ୍କର ସଭାପତିତ୍ୱରେ , ଡ଼ ପ୍ରିୟମ୍ବଦା ସାମଲଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ବଡ଼ଭାଇ ବିଶ୍ବେଶ୍ବର ମାଝୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିବା ସହପ୍ରଫୁଲ୍ଲ କୁମାର ଦାସ ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ ।  ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବଚକ,ଆଲୋଚକ ଶ୍ରୀଯୁକ୍ତ ହୃଷୀକେଶ ପ୍ରଧାନ, (ବୌଦ୍ଧ) ମହାଭାଗଙ୍କର ଧ୍ୟାନ ଯୋଗର ସାତଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଷଷ୍ଠ ଅଧ୍ୟାୟ, ଧ୍ୟାନ ଯୋଗର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ ।  ଯାହାର ମନ ସଂଯତ ସେ ଭଗବତ ପ୍ରାପ୍ତି ବା ଯୋଗପ୍ରାପ୍ତି କରିଥାଏ। ଅସଂଯତ ମନ କେବେହେଲେ ଭଗବତ ପ୍ରେମ ଲାଭ କରି ପାରିବ ନାହିଁ ।ସଂଶୟ ରଖିଲେ କର୍ମ ନିଷ୍ଫଳ ହୁଏ । ତପସ୍ୱୀ, ଜ୍ଞାନୀ ଓ କର୍ମୀମାନଙ୍କ ଠାରୁ ଯୋଗୀ ଶ୍ରେଷ୍ଠ ଅଟେ।ତେଣୁ ସବୁକିଛି ତ୍ୟାଗ କରି ଅର୍ଜୁନଙ୍କୁ ଯୋଗୀ ହେବା ପାଇଁ ଶ୍ରୀକୃଷ୍ଣ କହିଛନ୍ତି।ଯେଉଁ ଯୋଗୀ ଚିତ୍ତକୁ ମୋ ଠାରେ ନିବିଷ୍ଟ କରି ଶ୍ରଦ୍ଧା ସହକାରେ ମୋର ଭଜନ କରନ୍ତି ସେ ଯୋଗୀଶ୍ରେଷ୍ଠ ।  ଶେଷରେ ସଂଯୁକ୍ତା ରାଉତ ମହୋଦୟା ମଧ୍ୟ ନିଜ ବକ୍ତବ୍ୟରେ ଧ୍ୟାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ହୃଷୀକେଶ ପ୍ରଧାନଙ୍କର ବକ୍ତବ୍ୟ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ମନ୍ତବ୍ୟ ଦେଇଥିଲେ ।ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୬ରୁ ଉର୍ଦ୍ଧ୍ବ ସାରସ୍ଵତ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ରୀତା ଅପରାଜିତା ମହାନ୍ତି ମହୋଦୟା ଧନ୍ୟବାଦ ଓ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ମହୋଦୟା ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ରକ୍ଷାବନ୍ଧନ ପର୍ବ ଉପଲକ୍ଷେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ କବି/କବୀ ମାନେ ରାକ୍ଷୀ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଶ୍ବେଶ୍ବର ମାଝୀ, ଅରୁଣ ମହାପାତ୍ର ଓ ସଂଯୁକ୍ତା ରାଉତ ରାକ୍ଷୀ ପର୍ବର ତାତ୍ତ୍ବିକ ଆଲୋଚନା କରିଥିଲେ ।ରୀତା ଅପରାଜିତା ମହାନ୍ତି ଓ ଗୀତାଞ୍ଜଳି ପୃଷ୍ଟିଙ୍କ ସଂଯୋଜନାରେ କବିତା ଆସର ସଫଳ ହୋଇଥିଲା।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଉଭୟ ପକ୍ଷରୁ ୨ ଟି ମାମଲା ରୁଜୁ

Sunil Chandra Nayak

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!