ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା କୃଷକ ସଭାର ଜିଲ୍ଲା ସମ୍ମିଳନୀ ଆରମ୍ଭ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବକ୍ତା

ବାଲେଶ୍ଵର,୨୧/୧୦/୨୨- ଅଖିଳ ଭାରତ କୃଷକ ସଭା ତରଫରୁ ଓଡିଶା କୃଷକ ସଭାର ବାଲେଶ୍ଵର ଜିଲ୍ଲା ସମ୍ମିଳନୀ ଆରମ୍ଭ ହୋଇଛି । ଏହା ଦୁଇ ଦିନ ଧରି ଚାଲିବ । ବାଲେଶ୍ଵର ଜିଲ୍ଲା ଖଇରା ଦୁର୍ଗା ମଣ୍ଡପ ତଥା କମ୍ରେଡ ବାବାଜୀ ବିଶ୍ବାଳ ନଗର ପରିସରରେ ସାଥି ଜଗତାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅତିଥିମାନେ ମଞ୍ଚାସୀନ ଥିଲେ । ଏଥିରେ ରାଜ୍ୟ ସଭାପତି ଜମେଶ୍ବର ସାମନ୍ତରାୟ, ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ଉପ-ସଭାପତି ନିର୍ମଳ ନାୟକ, ଜିଲ୍ଲା ସମ୍ପାଦକ ସିତାଂଶୁ ସେନାପତି, ଜିଲ୍ଲା ସଭାପତି ପ୍ରେମ ରଞ୍ଜନ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ । ବିଭିନ୍ନ ସମସ୍ୟା ମଧ୍ୟରୁ ମୁଖ୍ୟତଃ ଧାନ କ୍ଯୁଇଣ୍ଟାଲ ୩ ହଜାର ଟଙ୍କା, ଭୂମିହୀନ ମାନଙ୍କୁ ଜମି ଓ ଘର, ଭାଗଚାଷୀଙ୍କୁ ସ୍ବୀକୃତି, ଦରବୃଦ୍ଧି ନିୟନ୍ତ୍ରଣ ଓ ବେକାରୀଙ୍କୁ କାମ, ସାଳନ୍ଦୀ କେନାଲ ତୁରନ୍ତ କାର୍ଯ୍ୟକ୍ରମ ଦାବି ଉପରେ ଉଭୟ ସରକାରଙ୍କ ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବକ୍ତାମାନେ ବର୍ଷିବା ଆରମ୍ଭ କରିଥିଲେ । ଏହି ଓଡିଶା କୃଷକ ସଭାର ସାଧାରଣ ସଭାରେ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚାଷୀମାନେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ ଓ ଆଇନଜୀବୀ ଭରତ ଚନ୍ଦ୍ର ପଣ୍ଡା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଶେଷରେ ସଭାର ସଭାପତି ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଆସନ୍ତାକାଲି ଅର୍ଥାତ୍ ତା ୨୨/୧୦/୨୨ ରିଖ ଶନିବାର ଶେଷ ଦିନ ହେଉ ଥିବାରୁ ବହୁ ମାନ୍ଯଗଣ୍ଯ ବକ୍ତା ଯୋଗଦେବାର ସୂଚନା ଦେଇଛନ୍ତି ମୁଖ୍ୟ କର୍ମକର୍ତ୍ତା । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଆଲୋକମୟ ପଣ୍ଡା, ରଘୁନାଥ ନାୟକ ଓ ପଦ୍ମଲୋଚନ ଦାସ ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାବା ସାହେବ ଆମ୍ବଦକର ଙ୍କ ୧୩୧ ତମ ଜୟନ୍ତୀ ପାଳିତ

Sunil Chandra Nayak

ଦଶହରା ଉପଲକ୍ଷେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବାରହାତ ଖଡ୍ଗ ଶୋଭାଯାତ୍ରା

Sunil Chandra Nayak

ଆରପାରି ରେ  କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକ

Sunil Chandra Nayak

Leave a Comment

error: Content is protected !!