ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ରାଉରକେଲା/ ଆରପିଏଲ କ୍ଲଷ୍ଟର ତରଫରୁ ସେକ୍ଟର ୧୬ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପଣ୍ଡା ଙ୍କ ସଭାପତିତ୍ବ ତଥା କାର୍ଯ୍ୟକ୍ରମର ମୁଖ୍ୟ ସିଆରସିସି ଦୀପକ କୁମାର ସାମଲଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ମୁଖ୍ୟ ଅତିଥି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଓ ପ୍ରାକ୍ତନ ସିଆରସିସି ଭାସ୍କର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ନିଜ ବକ୍ତବ୍ଯ ରେ କହିଲେ ଯେ ଶିଶୁଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ଲୋକାଭିମୁଖି କରିବା ପାଇଁ ସରକାରଙ୍କ ଶିକ୍ଷା ବିଭାଗର ଏହି ଉଦ୍ୟମ ପ୍ରଶଂସନୀୟ । ଏହା ସହ ବିଭିନ୍ନ ଉଦାହରଣ ଦେଇ ଯୋଗଦେଇଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ନନ୍ଦ ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କୁ ସେମାନଙ୍କ ପ୍ରତିଭାକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ବକୃତା,ହସ୍ତାକ୍ଷର, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବନ୍ଧ,ସାଧାରଣ ଜ୍ଞାନ, ବିତର୍କ, ସୃଜନଶୀଳ ଲେଖନ, ମଧ୍ୟାହ୍ନ ଭୋଜନ ଆଧାରିତ ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରାୟ ୧୩ ଟି ବିଦ୍ୟାଳୟର ୨୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ସର୍ବଶ୍ରୀ ରାଜକିଶୋର ମହାନ୍ତି, ଅଶୋକ କୁମାର ପଟ୍ଟନାୟକ, ଅଶୋକ ବଳ,ହରିହର ବେହେରା, ପ୍ରଭାକର ପାତ୍ର, ଚନ୍ଦନ କୁମାର କର,ଶୁଭ୍ରା ପ୍ରହରାଜ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ବରିଷ୍ଠ ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ,ରମେଶ ଚନ୍ଦ୍ର ରାଉଳ,କବିତା ପତି,ସାରଥୀ ଜେନା, କୃପାସିନ୍ଧୁ ପତି,ଗୋଲାପି ସାମଲ, ନିବେଦିତା ମହାନ୍ତି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅଧ୍ୟାପକ ଡଃ ସଞ୍ଜୟ ହାତୀ, ଝିରପାଣି ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମହାପାତ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ଆବାହକ ସିଆରସିସି ଶ୍ରୀ ସାମଲ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁର ଉପକାରାଗାରରେ ଆର୍ଟ ଅଫ୍ ଲିଭିଂ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଭୀମକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!