ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ନଭେମ୍ବର ୭ରେ ସିଭିଲଟାଉନସିପ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା/ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରଥମ କରି ଗଠିତ ହୋଇଥିବା ସିଭିଲ ଟାଉନସିପ ସାଂସ୍କୃତିକ ପରିଷଦର ପ୍ରଥମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ନଭେମ୍ବର ୭ତାରିଖ ଦିନ ସଂଧ୍ୟାରେ ମଡର୍ଣ୍ଣ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବ। ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ ନାୟକ ଙ୍କ ଅଧ୍ୟକ୍ଷତାରେ ହୋଟେଲ ତ୍ରିଦେବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଓଡିଶାର ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଇତବନ୍ଦାଣ ଉତ୍ସବ ପ୍ରଥମ କରି ସିଭିଲ ଟାଉନସିପ ଅଂଚଳରେ ପାଳନ କରାଯିବ। ଏଥିରେ ସୁନାମଧନ୍ୟ ସଂଗୀତଜ୍ଞ ଅଭିଜିତ ମଜୁମଦାର ଓ ଅନ୍ୟ ପ୍ରତିଷ୍ଠିତ ଗାୟକ ଗାୟିକା ଯୋଗଦେଇ ସଂଗୀତ ପରିବେଷଣ କରିବେ। ଏହି ଅବସରରେ ବୋଇତ ବନ୍ଦାଣର ପରମ୍ପରା ସଂପର୍କରେ ଆଲୋଚନା କରାଯିବ।ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରାଯାଇଛି । ପ୍ରାରମ୍ଭରେ ଉପଦେଷ୍ଟା ଭଗବାନ ପତି,ଆଦିତ୍ଯ ମହାପାତ୍ର,ପ୍ରକାଶ ମହାନ୍ତି, ଦୀପକ ମହାନ୍ତି, ସଞ୍ଜୟ ସାମଲ,ଗିରିଶ ମହାପାତ୍ର, କ୍ରୀଷ୍ଣା ସାହୁ ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ଶେଷରେ ଅନନ୍ତ ନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ସୁଜିତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ପ୍ରଧାନ, ଉପସଭାପତି ସୁଧାଂଶୁ ଶେଖର ସାମଲ, ସାଧାରଣ ସଂପାଦକ ପ୍ରତୀକ ଭୂୟାଁ, ସଂପାଦକ ପ୍ରତାପ ସାହୁ, ସହସଂପାଦକ ବୈଦ୍ୟନାଥ ସାହୁ,କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ, ଆଇନ ପରାମର୍ଶଦାତା ଶିବୁଲାଲ ସାହୁ ଓ ସନ୍ତୋଷ ନାୟକ ତଥା ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡ଼ିଏସ)

Sunil Chandra Nayak

ରାଷ୍ଟ୍ରୀୟ ପୋଷଣ ମାସ ଓ ସ୍ଵଚ୍ଛତା ପକ୍ଷ ପାଳନ

Sunil Chandra Nayak

ଆବଶ୍ୟକଠୁ କମ୍ ବର୍ଷା, ଶ୍ରାବଣ ରେ ବୈଶାଖ ର ତାତି

Sunil Chandra Nayak

Leave a Comment

error: Content is protected !!