ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ବ୍ଲକ ରେ ମିଶନ ଶକ୍ତି ଋଣ ମେଳା

୧୦୪ ଏସଏଚଜି ଗୃପ ମହିଳା ଙ୍କୁ ୧କୋଟି ୯୧ ଲକ୍ଷ ୨୫ ହଜାର ଟଙ୍କା ଋଣ ପ୍ରଦାନ 

ଧର୍ମଗଡ:୩୦/୯/୨୨:  ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଧର୍ମଗଡ ବ୍ଲକ ଆନୁକୁଲ୍ୟରେ ଏକ ଋଣ ମେଳା କାର୍ଯ୍ୟକ୍ରମ ବ୍ଲକ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଗତ ବିଡ଼ିଓ ଶରତ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାଟଯୋଷୀ ମୂଖ୍ୟ ଅତିଥି , ଜିଲ୍ଲା ଜୀବନ ଜୀବିକା ପୋଗ୍ରମ୍ ମେନେଜର ବିମ୍ବାଧର ସାହୁ,ଧର୍ମଗଡ ସିଡ଼ିପିଓ ସୁଚରିତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହିଳା ସଶକ୍ତିକରଣ ତଥା ସ୍ବାବଲମ୍ବୀ କରିବା ପାଇଁ ୧୦୪ ଟି ସ୍ଵୟଂ ସହାୟିକା ଗୋଷ୍ଠି ଙ୍କୁ ବ୍ୟାଙ୍କ ଜରିଆ ରେ ୧ କୋଟି ୯୧ ଲକ୍ଷ ୨୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ସହରାଞ୍ଚଳ ରେ ଥିବା ବିଭିନ୍ନ ବ୍ୟାଙ୍କ ର ଶାଖା ପରିଚାଳକ ମାନେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । ଠିକ ସମୟ ରେ ଋଣ ପରିଶୋଧ ପାଇଁ ଏସଏଚଜି ମହିଳା ମାନଙ୍କୁ ବିଡ଼ିଓ ଶ୍ରୀ ସେଠୀ ଶପଥ ପାଠ କାରାଇଥିଲେ । କାର୍ଯ୍ୟକ୍ରମ କୁ ମିଶନ ଶକ୍ତି ବିପିସି ସୁପ୍ରିୟା ପ୍ରଧାନ, ଵିପିଏସିଏ ରତନି ନାଏକ ଓ ବିଏଲସି ସନ୍ତୋଷ ଦାସ ପରିଚାଳନା କରିଥିଲେ । ମିଶନ ଶକ୍ତି ସଂଯୋଜିକା ନିର୍ବସିନି ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା କୋଣାର୍କ

କୋକସରା କୃଷି କାର୍ଯ୍ୟାଳୟରୁ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ

Sunil Chandra Nayak

Leave a Comment

error: Content is protected !!