Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଲୁହରେ ଲେଖୁଛି ଚିଠି by Sunil Chandra NayakOctober 18, 2022086 Share0 ଲୁହରେ ଲେଖୁଛି ଚିଠି ଶ୍ଯାମା ପ୍ରସାଦ୍ ବୋଷ୍ ଲୁହରେ ଲେଖୁଛି ଚିଠି ଟିଏ ଆଜି ସାଥୀ ଏ ବିଜନ ରାତି ପ୍ରାଣ ପ୍ରିୟା ତୁମ ବିରହେ ବେଦନା କରତି ଦେଉଛି ଛାତି । ତୁମ ବିନା ଆଜି ଏ ମନ ଖୋଜୁଛି ତାରା ଭରା ଜହ୍ନ ରାତି ତୁମରି ସ୍ମୃତି ରେ ନିରେଖି ଦେଖୁଛି ଜହ୍ନ ସାଥେ କଇଁ ପ୍ରୀତି । ପିଆସୀ ନୟନ ଆଜି ବି ଖୋଜୁଛି ବିଗତ ଦିନର ସ୍ମୃତି ନିଦ ଭରା ଆଖି ସପନ ଦେଖୁଛି ଅତୀତ ର ମଧୁମତି । ନବ ଯଉବନେ ଉତ୍ତାଳ ତରଙ୍ଗେ ପହିଲି ପରଶ ତାତି ତୁମ ବିନା ଆଜି ଏ ମନ ଝୁରୁଛି ଯାଇଅଛି ଯାହା ବିତି । କୋମଳ ଛୁଆଁ ର ଅଭୁଲା ଅତୀତ ଥରାଏ ହୃଦୟ ତନ୍ତ୍ରୀ ତୁମ ବିନା ଆଜି ଝୁରୁଛି ପରାଣ ବଦଳେ ଜୀବନ ଗତି । ତୁମ ବିନା ଯେତେ ମଧୁର ସପନ ଜାଗି ଉଠେ ମନେ ପ୍ରୀତି ତୁମକୁ ଛାଡି ଏ ତୁଛ ଜୀବନ ଟା ହୋଇ ଯାଉଅଛି ଇତି । ତୁମେ ପ୍ରିୟତ୍ତମା ପ୍ରୀତି ର ଉପମା ଆସ ଭାବନାରେ ନିତି ରୂପେ ନିରୂପମା ସତେ କି ଚନ୍ଦ୍ରମା ତୁମେ ପ୍ରଣୟ ର ଗୀତି । ତୁମରି ବିରହେ ଫିକା ଯଉବନ ପାରିଲିନି ପ୍ରେମେ ଜିତି ହାରିବା ଗ୍ଲାନି ରେ ନିତି ଜୀଇଁ ମରେ ଏଇ ମୋ ଜୀବନ ସ୍ଥିତି । ଭାଙ୍ଗି ଦେଇ ପ୍ରେମ ନିଡ ଟି ମୋହର ସାଜିଗଲ ପ୍ରାଣଘାତୀ କାହିଁ କେତେ ଦୂର ଉଡିଗଲ ପ୍ରିୟା ଲୁହରେ ବିତୁଛି ରାତି । ଲୁହ ମାଗୁଅଛି ପ୍ରେମର ପାଉଣା ଅତୀତ ର ସେହି ପ୍ରୀତି ହୃଦୟ କାଗଜେ ଲୁହରେ ଲେଖୁଛି ପ୍ରୀତିର ଚିଠି ମୁଁ ନିତି । ଲହୁରେ ବତୁରା ଲୁହର ଚିଠି ମୋ କୋହରେ ଭରିଛି ଅତି ଠିକଣା ବିହୀନ ଏଇ ଶେଷ ଚିଠି ଏଇଠି କରୁଛି ଇତି । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ / ଥାନା :- ଗୋପ୍ ଜିଲ୍ଲା :- ପୁରୀ