ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଲୁହରେ ଲେଖୁଛି ଚିଠି 

    ଲୁହରେ ଲେଖୁଛି ଚିଠି 

             ଶ୍ଯାମା ପ୍ରସାଦ୍ ବୋଷ୍ 

ଲୁହରେ ଲେଖୁଛି ଚିଠି ଟିଏ ଆଜି 
     ସାଥୀ ଏ ବିଜନ ରାତି  
ପ୍ରାଣ ପ୍ରିୟା ତୁମ ବିରହେ ବେଦନା 
     କରତି ଦେଉଛି ଛାତି । 
ତୁମ ବିନା ଆଜି ଏ ମନ ଖୋଜୁଛି 
     ତାରା ଭରା ଜହ୍ନ ରାତି 
ତୁମରି ସ୍ମୃତି ରେ ନିରେଖି ଦେଖୁଛି  
     ଜହ୍ନ ସାଥେ କଇଁ ପ୍ରୀତି । 
ପିଆସୀ ନୟନ ଆଜି ବି ଖୋଜୁଛି  
     ବିଗତ ଦିନର ସ୍ମୃତି 
ନିଦ ଭରା ଆଖି ସପନ ଦେଖୁଛି  
     ଅତୀତ ର ମଧୁମତି । 
ନବ ଯଉବନେ ଉତ୍ତାଳ ତରଙ୍ଗେ 
     ପହିଲି ପରଶ ତାତି 
ତୁମ ବିନା ଆଜି ଏ ମନ ଝୁରୁଛି 
     ଯାଇଅଛି ଯାହା ବିତି । 
କୋମଳ ଛୁଆଁ ର ଅଭୁଲା ଅତୀତ  
     ଥରାଏ ହୃଦୟ ତନ୍ତ୍ରୀ  
ତୁମ ବିନା ଆଜି ଝୁରୁଛି ପରାଣ 
     ବଦଳେ ଜୀବନ ଗତି । 
ତୁମ ବିନା ଯେତେ ମଧୁର ସପନ 
     ଜାଗି ଉଠେ ମନେ ପ୍ରୀତି 
ତୁମକୁ ଛାଡି ଏ ତୁଛ ଜୀବନ ଟା 
     ହୋଇ ଯାଉଅଛି ଇତି । 
ତୁମେ ପ୍ରିୟତ୍ତମା ପ୍ରୀତି ର ଉପମା 
     ଆସ ଭାବନାରେ ନିତି 
ରୂପେ ନିରୂପମା ସତେ କି ଚନ୍ଦ୍ରମା 
     ତୁମେ ପ୍ରଣୟ ର ଗୀତି । 
ତୁମରି ବିରହେ ଫିକା ଯଉବନ 
     ପାରିଲିନି ପ୍ରେମେ ଜିତି 
ହାରିବା ଗ୍ଲାନି ରେ ନିତି ଜୀଇଁ ମରେ  
     ଏଇ ମୋ ଜୀବନ ସ୍ଥିତି । 
ଭାଙ୍ଗି ଦେଇ ପ୍ରେମ ନିଡ ଟି ମୋହର  
     ସାଜିଗଲ ପ୍ରାଣଘାତୀ
କାହିଁ କେତେ ଦୂର ଉଡିଗଲ ପ୍ରିୟା  
     ଲୁହରେ ବିତୁଛି ରାତି । 
ଲୁହ ମାଗୁଅଛି ପ୍ରେମର ପାଉଣା 
     ଅତୀତ ର ସେହି ପ୍ରୀତି 
ହୃଦୟ କାଗଜେ ଲୁହରେ ଲେଖୁଛି  
     ପ୍ରୀତିର ଚିଠି ମୁଁ ନିତି । 
ଲହୁରେ ବତୁରା ଲୁହର ଚିଠି ମୋ   
     କୋହରେ ଭରିଛି ଅତି  
ଠିକଣା ବିହୀନ ଏଇ ଶେଷ ଚିଠି 
     ଏଇଠି କରୁଛି ଇତି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ / ଥାନା :- ଗୋପ୍  ଜିଲ୍ଲା :- ପୁରୀ 

Related posts

ଜୀବନର ଲକ୍ଷ୍ୟ ପୂରଣରେ ସମୟର ସଦୁପୋଯୋଗ

Sunil Chandra Nayak

ଟେମରା ଗାଁ ଦାଣ୍ଡ ରେ ଲହଡି ମାରୁଛି ବର୍ଷା ପାଣି, ନିଷ୍କାସନ ପାଇଁ ଦାବି କଲେ ଗ୍ରାମବାସୀ

Sunil Chandra Nayak

ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!