ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ଘାଟି ରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହତ ସୁଚନା, ପୋଲିସ ର ତଦନ୍ତ ଜାରି

କୋକସରା,୨୦/୭-( ମ ନି ସ ) ଆମପାଣି ଘାଟିରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ଆଜି ଅପରାହ୍ନ ରେ ଭବାନୀପାଟଣାରୁ ଜୟପୁର ଯାଉଥିବା ଓଆର୍ ୧୦ଏଫ୍ ୪୦୦୩ ନମ୍ବର ର ଏସବିଏମଏସ ନାମକ ଏକ ବେସରକାରୀ ଯାତ୍ରୀବାହୀ ବସକୁ ବିପରୀତ ଦିଗରୁ ଆସୁଥିବା ଓ ଡି ୧୫ପି ୭୫୩୧ ନମ୍ବର ର ଏକ ରନ୍ଧନ ଗ୍ୟାସ ବୋଝେଇ ଟ୍ରକ ସାମ୍ନା ସାମ୍ନି ଧକ୍କା ଦେଇଥିବା ବେଳେ ବସ୍ ର ସମ୍ମୁଖ ପଟରେ ଥିବା କାଚ ଭାଙ୍ଗିଯିବା ଫଳରେ କେବିନରେ ବସିଥିବା କିଛି ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି। ତେବେ ଟ୍ରକ ଡ୍ରାଇଭରର ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣାର ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଆମପାଣି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୁଚନା ମିଲିଛ। ପୋଲିସ ଦୁର୍ଘଟଣା ଟ୍ରକ କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣା ପଡିଛି।

Related posts

କବିତା ସାହୁ ଙ୍କ କବିତା ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ 

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କଟକ

ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!