ଢ଼େଙ୍କାନାଳ ବସ୍ ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକା ରେ ଗତକାଲି ଶ୍ରମିକ ଦିବସ ଅବସର ରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଏହାକୁ ଉଦଘାଟନ କରିଥିଲେ । ପୃଥିବୀର ସବୁ କାମ ସମସ୍ତ ଦେବଦେବୀଙ୍କ ପାଖେ ଗଚ୍ଛିତହୁଏ, କିନ୍ତୁ ଶ୍ରୀହନୁମାନଙ୍କ ପାଖରେ କିଛି ଫାଇଲ୍ ପଡି ରହେନାହିଁ ,ସେ ସମସ୍ତ କାମ କାର୍ଯ୍ୟକାରୀ କରନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ଯକ୍ରମରେ ସମାଜ ସେବୀ ରାମଚନ୍ଦ୍ର ପାତ୍ର, ରକ୍ତଚାବୁକ ସମ୍ବାଦପତ୍ର ର ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ପଣ୍ଡା, ରୋଟରିଆନ ରାଜ କିଶୋର ବେହେରା ପ୍ରମୁଖ ଉପସ୍ଥିତ ହୋଇଥିଲେ ।ସମସ୍ତ ଜନ ସାଧାରଣ ଓ ଯାତ୍ରୀ ମାନେ ପ୍ରବଳ ଖରା ଯୋଗୁଁ ଅତିଷ୍ଠ ହୋଇ ଯାଉଥିବା ବେଳେ ଏଭଳି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ତୃଷ୍ଣା ମେଣ୍ଟାଇବ ବୋଲି ନଗରବାସି ଓ ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି ।ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍
previous post