ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ ବସଷ୍ଟାଣ୍ଡରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଢ଼େଙ୍କାନାଳ ବସ୍ ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକା ରେ ଗତକାଲି ଶ୍ରମିକ ଦିବସ ଅବସର ରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଏହାକୁ ଉଦଘାଟନ କରିଥିଲେ । ପୃଥିବୀର ସବୁ କାମ ସମସ୍ତ ଦେବଦେବୀଙ୍କ ପାଖେ ଗଚ୍ଛିତହୁଏ, କିନ୍ତୁ ଶ୍ରୀହନୁମାନଙ୍କ ପାଖରେ କିଛି ଫାଇଲ୍ ପଡି ରହେନାହିଁ ,ସେ ସମସ୍ତ କାମ କାର୍ଯ୍ୟକାରୀ କରନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ଯକ୍ରମରେ ସମାଜ ସେବୀ ରାମଚନ୍ଦ୍ର ପାତ୍ର, ରକ୍ତଚାବୁକ ସମ୍ବାଦପତ୍ର ର ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ପଣ୍ଡା, ରୋଟରିଆନ ରାଜ କିଶୋର ବେହେରା ପ୍ରମୁଖ ଉପସ୍ଥିତ ହୋଇଥିଲେ ।ସମସ୍ତ ଜନ ସାଧାରଣ ଓ ଯାତ୍ରୀ ମାନେ ପ୍ରବଳ ଖରା ଯୋଗୁଁ ଅତିଷ୍ଠ ହୋଇ ଯାଉଥିବା ବେଳେ ଏଭଳି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ତୃଷ୍ଣା ମେଣ୍ଟାଇବ ବୋଲି ନଗରବାସି ଓ ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି ।ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବାଲେଶ୍ଵର – ଶିବ ସେନା ର ଷ୍ଟେଟ ମିଡିଆ ସେଲ ଭାଇସ୍ ପ୍ରେସିଡେଣ୍ଟ୍ ହେଲେ ନରେନ୍ଦ୍ର ପ୍ରସାଦ ବେହେରା

ଲଗାଣ ବର୍ଷା ରେ ଭାଙ୍ଗିଲା ୨ ପରିବାରର ଘର, ସରକାରୀ ସହାୟତା ଦାବି

Sunil Chandra Nayak

ଆଦରମଣି ପ୍ରଧାନ,(ଗୋଲାପୀ) ଙ୍କ ଗଳ୍ପ ମୁଁ ପ୍ରେମିକା

Sunil Chandra Nayak

Leave a Comment

error: Content is protected !!