ଜଙ୍ଗଲ ସୁରକ୍ଷା
ଜଙ୍ଗଲ ସୁରକ୍ଷା ରହିଲେ ଆମର
ଜଗତ ପାଇଁ କି ହିତ
ଯା ପାଇଁ ଖାଉଛୁ ଜୀବନ ଧରିଛୁ
ତା’ସଙ୍ଗେ କରିବା ମିତ ।।
କାଟୁଛି ଜଙ୍ଗଲ ଲଗାଉଛି ନିଆଁ
କାଳ ସାଜେ ତା ରକ୍ଷକ
ଅମ୍ଳଜାନ ଅବା ଚାଷବାସ କ୍ଷେତ୍ରେ
ନିଜେ ନିଜର ଭକ୍ଷକ ।।
ଔଷଧୀୟ ବୃକ୍ଷ ନଷ୍ଟ ହୁଏ ପୁଣି
ଜଳର ସଂକଟ ଆସେ
ଜଙ୍ଗଲ ରହିଲେ ପଶୁ,ପକ୍ଷୀ ସହ
ଆମରି ଜଗତ ହସେ ।।
ଶପଥ ନେବାରେ ରକ୍ଷା କରିବାକୁ
ପ୍ରକୃତି ରାଣୀକୁ ଆମ
ତା’ହାତେ ରହିଛି ଜୀବନ ମରଣ
ବଞ୍ଚିବାକୁ କର କାମ ।।
ପ୍ରକୃତି ହସିଲେ ସଭିଏଁ ହସିବେ
ଫୁଲ ପରି ବାସ୍ନା ମିଳେ
ଧ୍ରୁବ ସତ୍ୟ ଅଟେ ସୂର୍ଯ୍ୟ,ଚନ୍ଦ୍ର ପରି
ସଂକୋଚ ନାହିଁରେ ତିଳେ ।।
ସୁରକ୍ଷିତ ଥିଲେ ଜଙ୍ଗଲ ଆମରି
ପରିବେଶ ସନ୍ତୁଳନ
ରୋଗ ବ୍ୟାଧି ଠାରୁ ମୁକତି ମିଳଇ
ରହିଯାଏ ତ ଜୀବନ ।।

କବି ନିକୁଞ୍ଜ କୁମାର ଘୋଷ
ସା-ମାଧବପୁର, ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର ,
ଜିଲ୍ଲା-ବାଲେଶ୍ବର ,ଓଡିଶା ।ପିନ୍-756032
