ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋ ମୁଣ୍ଡ ବୋଝକୁ କାଢ଼ି ନିଅ ପ୍ରଭୁ
    ଲାଗିବି ତବ ସେବାରେ
ଦାଣ୍ଡ ଠାରୁ ବାରି ପରିଷ୍କାର କରି
    ପୂଜା ଦେବି ତ ଶାନ୍ତିରେ।
ଧୂପ ଦୀପ ଦେଇ ଚନ୍ଦନ ଲଗାଇ
    ଜାଳିବି ଭକ୍ତିରେ ବତୀ
ଭଜନ ଜଣାଣ କୀର୍ତ୍ତନ କରିକି
    କରୁଛି ତୁମର ସ୍ତୁତି।
ଗରୁଡ଼ ସ୍ତମ୍ଭରୁ ବାନାକୁ ଚାହିଁଲେ
   ନେତ୍ର ହେଲା ମୋ ପବିତ୍ର
ସିଂହ ଦ୍ବାର ପାଶେ ପ୍ରହାର ବାଜିଲେ
    ପାପ ଛାଡ଼ି ଯାଏ ମାତ୍ର।
ପାଦ ପଡ଼ି ଗଲେ ବାଇଶି ପାହାଚେ
    ମନ ହୁଏ ଭକ୍ତି ସ୍ରୋତ
ଦର୍ଶନ କରିଲେ ମିଳିବ ପ୍ରଭୁଙ୍କ
    ମୋ ଜୀବନର ଅମୃତ।
ଏତିକି କରୁଣା ପ୍ରଭୁ ଠାରୁ ଆଶା
      ଶରଣ ନେଉଛି ପାଦ
ଜୀବ ଥିବା ଯାଏ ତୁମରି ନାମକୁ
    ମୋ ପାଇଁ ପ୍ରଭୁ ସଂପଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

Sunil Chandra Nayak

ପାଣିମୁଣ୍ଡା ଗାଁରେ ବୈଠକୀ ସଂକୀର୍ତ୍ତନ ସଂଗମ

Sunil Chandra Nayak

ଧର୍ମଗଡ ରେ ଏଚଡିଏଫସି ବ୍ୟାଙ୍କ ନୂତନ ଶାଖା ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!