ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ

ସଂଜୀବନି କାର୍ଯ୍ୟକ୍ରମ ରେ ୬୧ ଇଉନିଟ ରକ୍ତ ସଂଗ୍ରହ 

  ଧର୍ମଗଡ଼:୧/୧୦/୨୨:  ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ସେନା ଦ୍ଵାରା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟ ଘାଟ ମହାଧୁମ୍ ଧାମ ର ସହ ପାଳିତ ହୋଇଯାଇଛି । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ନବରଙ୍ଗପୁର, ପଡୋଶୀ ଛତିଶଗଡ ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍ ପ୍ରତିନିଧି ସମେତ ପ୍ରାୟ ଏକ ହଜାର ସଦସ୍ୟ ଅଂଶଗ୍ରହଣ କରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହି ଅବସରରେ ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରି ୬୧ ୟୁନିଟ ରକ୍ତ ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର କୁ ଦାନ କରାଯାଇଥିଲା । ଉପଖଣ୍ଡ ବ୍ରାହ୍ମଣ ସମାଜ ସାଧାରଣ ସମ୍ପାଦକ ହେମନ୍ତ କୁମାର ପଣ୍ଡା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜୟନ୍ତ କୁମାର ମୁଣ୍ଡ ଓ ଲିଙ୍ଗରାଜ ପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ଧର୍ମଗଡ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିବାବେଳେ ପ୍ରଜ୍ଞା ବାହିନୀ ସଂଯୋଜୀକା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଓ ମୀନା ମୁଣ୍ଡ ସମେତ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ।ଉପଖଣ୍ଡ ବ୍ରାହ୍ମଣ ସମାଜ ପର୍ଶୁରାମ ସେନା ମୁଖ୍ୟ ସଂଯୋଜକ ବିଶ୍ଵ ରଞ୍ଜନ ପାତ୍ର ଓ ଶାନ୍ତନୁ କୁମାର ମୁଣ୍ଡ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଡମ୍ବରୁ ଠାକୁର,ମନୀନ୍ଦ୍ର ପାତ୍ର, ଚନ୍ଦନ ପାତ୍ର,ରାଜାପଣ୍ଡା,ମାନସ ଆଚାର୍ଯ୍ୟ, ଗିରିଜା ଖମାରୀ, ଅଙ୍କିତ ପଣ୍ଡା,ଶାଶ୍ଵତ ପାତ୍ର ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଜିଲ୍ଲା ବ୍ରାହ୍ମଣ ସମାଜ ଉପସଭାପତି ଶ୍ରୀ ସୁରେଶ ମୁଣ୍ଡ,ସତ୍ୟ ପଣ୍ଡା,କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ହର୍ଷବର୍ଦ୍ଧନ ବେହେରା, ଉମେଶ ପଣ୍ଡା,ସୁନୀଲ ପାତ୍ର, ଗୋପି ନାଥ ପଣ୍ଡା, ଜୟନ୍ତ ବେହେରା ବ୍ଲକ୍ ସଭାପତି ଅଜିତ ପଣ୍ଡା,ବିଭୂତି ପୁରୋହିତ,ହରିହର ପଣ୍ଡା,ଷଷ୍ଠୀ ମୁଣ୍ଡ,ରଜନୀ ଠାକୁର,ପ୍ରସନ୍ନ ଅଗସ୍ତି,ଶ୍ରିମନ୍ତ ପାଢ଼ୀ,ପ୍ରତାପ ମୁଣ୍ଡ,ଆଇନ ପରାମର୍ଶ ଦାତା ତ୍ରିନାଥ ଠାକୁର,ଧର୍ମାଧକ୍ଷ କୈଳାସ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ସମାଜ ସଂସ୍କାର ଓ ସଂଗଠନ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାୟସ୍ତ୍ ପରିବାର,ଚିଦାନନ୍ଦ ପଣ୍ଡା, ଚନ୍ଦନ ଶତପଥୀ ,ସଞ୍ଜୀବ ମୁଣ୍ଡ,ପ୍ରମୁଖ କଳାକାର ମାନେ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ପରିବେଷଣ କରି ଥିଲେ। ସଂଯୋଜକ ଇଙ୍ଗିତ ପଣ୍ଡା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିଚାଳନା କରିଥିବା ବେଳେ କେନ୍ଦ୍ରୀୟ କମିଟି ସଭ୍ୟ ବରିଷ୍ଟ ସଦସ୍ୟ ହୃଷୀକେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Sunil Chandra Nayak

ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!