ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ

ଭବାନୀପାଟଣା ଠାରେ ଓସ୍ୱାନ ହଲ୍ ରେ ସାଧୁତା ର ଶପଥ ପାଠ 

ଭବାନୀପାଟଣା: ମ ନି ସ/ ତା ୩୧.୧୦.୨୦୨୨: / ଦୁର୍ନୀତି ନିବାରଣ ସପ୍ତାହ ୨୦୨୨ ପାଳନ ଅବସରରେ ଆଜି ଲୋକସେବା ଭବନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ରାଜ୍ୟରେ ସମସ୍ତ ଓସ୍ୱାନ ହଲ୍ ରେ ସମବେତ ଅଧିକାରୀଙ୍କୁ ସାଧୁତା ର ଶପଥ ପାଠ କରାଇଛନ୍ତି।ଏହି ଅବସରରେ ସ୍ଥାନୀୟ ଓସ୍ୱାନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ଅଧିକାରୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ, ଭିଜିଲାନ୍ସ ଅଫିସ ର କର୍ମଚାରୀଙ୍କ ଗ୍ରହଣରେ ସାଧୂତାର ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା,ସାଧୁତା ବଜାୟ ରଖିବା ତଥା ଦୁର୍ନୀତିମୁକ୍ତ ସମାଜ ଗଠନ ରେ ନିଜର ଭୂମିକାକୁ ସୁନି ଶ୍ଚିତ କରିବା ଦିଗରେ ସମସ୍ତେ ଶପଥ ପାଠ କରିଥିଲେ । ୫ଟି ଓ ମୋ ସରକାର କୁ ପାଥେୟ କରି ପ୍ରଶାସନିକ ସ୍ତରରୁ ସମସ୍ତଙ୍କୁ ଉନ୍ନତ ମାନର ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହେଲେ। ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆସନ୍ତା ୪ ତାରିଖ ଦିନ ସକାଳ ୯.୦୦ ଘ୍ ସମୟରେ ସହରରେ ସଚେତନତା ଶୋଭାଯାତ୍ରା,ଦିବା ୧୦.୩୦ ମିନିଟ ସମୟରେ ସ୍ଥାନୀୟ ସଦଭାବନା ଗୃହରେ ସଭା , ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।

 

Related posts

ଖପରାମାଲ ଗାଁ କୁ ନିଶା ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ

Sunil Chandra Nayak

ସାପ କାମୁଡ଼ାରେ ମାଁ ଝିଅ ମୃତ

Sunil Chandra Nayak

Leave a Comment

error: Content is protected !!