ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଜୀବନ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।। ୧୨ ଅଗଷ୍ଟ ଶୁକ୍ରବାର ସଂଧ୍ୟା ୭ ଘଟିକାରେ ଭର୍ଚୁଆଲ ଆସରଟିକୁ ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସମାପନ କରିଥିଲେ । ଉପସ୍ଥାପିକା ଭାବେ କୁମାରୀ ଶ୍ରୋତସ୍ୱିନୀ ପରିଡା ପରିଚାଳନା କରିଥିବା ବେଳେ ସାଗର କୁମାର ପରିଡ଼ା ବେଦମନ୍ତ୍ର ପାଠ କରି ସଭାକୁ ଆରମ୍ଭ କରିଥିଲେ । ଅନୁଷ୍ଠାନର ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସ୍ୱାଗତ ସଂଗୀତ ଗାନ କରିବା ସହ ଅତିଥି ଆମନ୍ତ୍ରଣ ମଧ୍ୟ କରିଥିଲେ l ଉପ ସଭାପତି ଶ୍ରୀମତୀ ଶୋଭାଗୀନି ନନ୍ଦ ଭାରତବର୍ଷର ସ୍ୱାଧୀନତା ଉପରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ମାଟିଲଗ୍ନା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟ ବକ୍ତା ଭାବେ ରାଜଶ୍ରୀ ସାହିତ୍ୟ ସଂସଦ ର ଶ୍ରୀଯୁକ୍ତ ହେମନ୍ତ ଜେନା ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡିର କବି କବୟିତ୍ରୀ ମଧ୍ୟରେ ବାଲେଶ୍ଵର ଜିଲ୍ଲାରୁ ପ୍ରଶାନ୍ତ କୁମାର ରାଉଳ, ଭଦ୍ରକ ଜିଲ୍ଲାରୁ ବସନ୍ତ କୁମାର ଵେହେରା, ପ୍ରଭାତ କୁମାର ମଲ୍ଲିକ, ଯାଜପୁର ଜିଲ୍ଲାରୁ ସୁସ୍ମିତା ବାଭୀ, ମୁକ୍ତିରାଣୀ ଦେବତା, ସୁନିତା ଜେନା, କଟକ ଜିଲ୍ଲାରୁ ଶୁଭଶ୍ରୀ ମହାପାତ୍ର, ଗଞ୍ଜାମ ଜିଲ୍ଲାରୁ ଶିବାନନ୍ଦ ବାରିକ, ଭୁବନେଶ୍ୱରରୁ ତରୁଣ ବାଳା ମହାପାତ୍ର, ଜୟପୁର କୋରାପୁଟ ଜିଲ୍ଲାର ପୁଷ୍ପାଞ୍ଜଳି ସାହୁ, ଶୋଭା ଗିନି ନନ୍ଦ, ମାଲକାନଗିରି ଜିଲ୍ଲାର କିଶୋର ଚନ୍ଦ୍ର ପ୍ରଧାନ ଙ୍କ ସହ ଭୁବନେଶ୍ଵରରୁ ରୀତା ଅପରାଜିତା ମହାନ୍ତି କବିତା ପାଠ କରିବା ସହ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ମାନେ ଏଥିରେ ସାମିଲ ହୋଇ ନିଜ ପ୍ରତିଭାର ଦର୍ଶନ କରି ଆସରକୁ ଶୃଙ୍ଖଳା ସହ ଅନୁଷ୍ଠିତ କରିଥିଲେ ।। ।। କବିତା ଗୁଡ଼ିକର ସଂଯୋଜନା ଜଗତସିଂହପୁର ଜିଲ୍ଲାର ଯୁବ ସଂଯୋଜିକା ସୁଶ୍ରୀ ଶକୁନ୍ତଳା ପରିଡ଼ା ଅତି ସୁନ୍ଦର ଭାବରେ କରିଥିଲେ ।। ଶ୍ରୀମତୀ ଶୋଭାଗିନୀ ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।। ଶେଷରେ ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।( ମ ନି ସ)

Related posts

ଟିପର – ମୋଟରସାଇକେଲ ଧକ୍କା,୧ ଆହତ

Sunil Chandra Nayak

ସରୋଜିନୀ ପତି ଙ୍କ କବିତା ନାଭି କ୍ଷେତ୍ର ରଥଯାତ୍ରା 

Sunil Chandra Nayak

ନିରୁପମା ପାଣି ଙ୍କ କବିତା *ଆଉଥରେ ଜନ୍ମନିଅ କୃଷ୍ଣ*

Sunil Chandra Nayak

Leave a Comment

error: Content is protected !!