ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ହୋଇଛି, ଜାଣିବେ ଆଉ ବ୍ଲକ ମଧ୍ଯ କରିପାରିବେ

ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ହୋଇଛି, ଜାଣିଛନ୍ତି କି ? ଯଦି ନା ତେବେ ଆସନ୍ତୁ ଜାଣିବା । ଜଣେ ଏକ ନୂଆ ସିମ୍ କାର୍ଡ ଆଣିବା ପାଇଁ ହେଲେ ଆଧାର କାର୍ଡ, ଭୋଟର ଆଇ କାର୍ଡ ଏବଂ ପାସପୋର୍ଟ ଭଳି ପରିଚୟ ପତ୍ରର ଆବଶ୍ୟକତା ପଡିଥାଏ । କିନ୍ତୁ ଗୋଟିଏ ଆଧାରକାର୍ଡରେ କେତୋଟି ସିମ୍ କିଣାଯାଇପାରିବ ତାହା ବୋଧ ହୁଏ କେହି ଜାଣିନଥିଲେ । ଏଠାରେ କହିରଖୁଛୁ, ଗୋଟିଏ ଆଧାରକାର୍ଡରେ ୯ଗୋଟି ସିମ୍ କାର୍ଡ କିଣାଯାଇପାରିବ । ଏଭଳି ପରିସ୍ଥିତିରେ ଯଦି ଭାବୁଛନ୍ତିକି, ଆପଣଙ୍କ ନାଁରେ ଆଉ କିଏ ସିମ୍ କାର୍ଡ ବ୍ୟବହାର କରୁଛି, ତାହେଲେ ଚିନ୍ତା କରନ୍ତୁ ନାହିଁ । ଗୋଟିଏ ଉପାୟ ବ୍ୟବହାର କରି ଆପଣ ଜାଣିପାରିବେ କେତେ ଜଣ ଆପଣଙ୍କ ନାଁରେ ସିମ୍ କାର୍ଡ ଆକ୍ଟିଭ୍ କରି ଚଲାଉଛନ୍ତି ।

ଏଥିପାଇଁ ଆପଣଙ୍କୁ ସରକାରଙ୍କ ଟେଲିକମ୍ ବିଭାଗର ଏକ ପୋର୍ଟାଲକୁ ଯାଇ ଚେକ୍ କରିବାକୁ ପଡିବ । ଯଦି ଆପଣଙ୍କ ନାଁ କୌଣସି ଫେକ୍ ସିମ୍ ବ୍ୟବହାର ହେଉଥାଏ ତାହେଲେ ସେଠାକୁ ଯାଇ ଆପଣ ସେହି ସିମକୁ ବ୍ଲକ୍ ମଧ୍ୟ କରିପାରିବେ । କେବଳ ଏତିକି ନୁହେଁ, ଯଦି ଆପଣ କିଣିଥିବା କୌଣସି ସିମକୁ ବ୍ୟବହାର କରୁନାହାନ୍ତି ତାହେଲେ ମଧ୍ୟ ଆପଣ ଏହି ପୋର୍ଟାଲକୁ ଯାଏ ସେହି ସିମକୁ ଡି-ଆକ୍ଟିଭେଟ୍ କରିପାରିବେ । ଟେଲିକମ୍ ବିଭାଗର ପୋର୍ଟାଲ ସାଇଟ୍ ହେଉଛି (ଟେଲିକମ୍ ଆନାଲିଟିକ୍ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କଂଜ୍ୟୁମ୍ବର ପ୍ରୋଟେକ୍ସନ୍) ବା ଟିଏଏଫସିଓ ।

ଚେକ୍ କରିବାର ପ୍ରକ୍ରିୟା :

ସର୍ବପ୍ରଥମେ https://www.tafcop.dgtelecom.gov.in/ ୱେବସାଇଟକୁ ଯଆନ୍ତୁ

– ଦ୍ୱିତୀୟରେ ମୋବାଇଲ ନମ୍ବର ଦେଇ, ଫୋନକୁ ଆସିଥିବା ଓଟିପିକୁ ଭରନ୍ତୁ

– ଓଟିପି ଦେବା ପରେ ଏକ ଲିଷ୍ଟ ଆସିବ, ସେଥିରେ ଆପଣ ଲିଙ୍କ୍ ସିମର ସମସ୍ତ ଡିଟେଲ୍ସ ଦେବାକୁ ପଡିବ ।

– ଆସିଥିବା ଏହି ଲିଷ୍ଟରେ ଆପଣ ଦେଖିପାରିବେ ଆପଣଙ୍କ ନାଁରେ ଆକ୍ଟିଭ୍ ହୋଇଥିବା ସିମକାର୍ଡର ତାଲିକା । ଏହି ତାଲିକାରେ ଆପଣଙ୍କ ନାଁରେ ବ୍ୟବହାର ହେଉଥିବା ସିମକୁ ବ୍ଲକ୍ କରିପାରିବେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଜୟ ମାଁ ବିଜୟା

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ମାତୃଶକ୍ତି

Sunil Chandra Nayak

ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!