ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ସାହିତ୍ୟ ଏକେଡ଼େମୀ ଆନୁକୂଲ୍ୟରେ ରାୟଗଡ ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ

ରାୟଗଡ ୧୫.୦୮.୨୦୨୨ / (ମ ନି ସ) ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ଅବସରରେ ରାୟଗଡ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ଏକାଡେମୀର ସଦସ୍ୟ ସୁଶାନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ସଭାକକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଡ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ରଘୁନାଥ ଭୁଏ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଏବଂ ରମେଶ ଟାକିରି କବିତା ଆସର ସଂଯୋଜନା କରିଥିଲେ । ସେହିପରି ମହାବିଦ୍ୟାଳୟର ସେମିନାର କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ଡ. ନରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କବି ଏବଂ ଅନୁବାଦକ ଆଶୁତୋଷ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପିକା କରୁଣା କେର୍କେଟା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଅଧ୍ୟାପିକା ରୋଜାଲୀନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କବି ଶ୍ରୀଧର ପଟ୍ଟନାୟକ ଏବଂ କଲ୍ୟାଣୀ ସାସମଲ କବିତା ଆସରର ସଂଯୋଜନା କରିଥିଲେ । ଏକାଡେମୀର ଉଭୟ କାର୍ଯ୍ୟକ୍ରମରେ କବି ଡ. ଦୁଷ୍ମନ୍ତ କୁମାର ମହାନ୍ତି, ଅଖିଳାନନ୍ଦ ବେବର୍ତ୍ତା, ବାସୁଦେବ ପାତ୍ର, କୃଷ୍ଣପ୍ରିୟା ସାହାଣୀ, ଜୟଦେବ ସିଠ, ରାଜଲକ୍ଷ୍ମୀ ଦେବୀ, ରାମପ୍ରସାଦ ବିଶୋଇ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ରାଜେଶ କୁମାର ପାଢୀ, ଏମ ଏ ଆଲିଜାନ, ଅରୁଣ କୁମାର ପାଣିଗ୍ରାହୀ, ନୀଳାମ୍ବର ମିଶ୍ର, ଲୋକନାଥ ରାଉତ, ଅହଲ୍ୟା ମହାରଣା, ଲାବଣ୍ୟମୋହନ ପଟ୍ଟନାୟକ, ରମେଶ ଟାକିରି, ଡ. ନରେନ୍ଦ୍ର କୁମାର ମିଶ୍ର, ଆଶୁତୋଷ ପାତ୍ର, ମଞ୍ଜୁଶ୍ରୀ ମୁଖାର୍ଜୀ, ବିପିନ ବିହାରୀ ବିଶ୍ୱାଳ, ସଦାଶିବ ରାଜଗୁରୁ, ଶ୍ରୀଧର ପଟ୍ଟନାୟକ, ବିମଳଚାନ୍ଦ ପଟ୍ଟନାୟକ, ଶିବସୁନ୍ଦର ପାଣିଗ୍ରାହୀ, ଡ଼ଃ ମାୟାଧର ସାହୁ, ତ୍ରିବେଣୀ ମିଶ୍ର, ଲୋକନାଥ ପଣ୍ଡା, ପ୍ରଶାନ୍ତି ସାହୁ, କଲ୍ୟାଣୀ ସାସମଲ, ଅରୁଣ କୁମାର ଲେଙ୍କା, ରବି ଶତପଥୀ, ନୀଳମଣି ପାଟ୍ଟଯୋଶୀ, ପ୍ରତିମା ମିଶ୍ର, ମହାଶ୍ୱେତା ପାଣିଗ୍ରାହୀ, ସୁବାସ ଚନ୍ଦ୍ର ବେହେରା ଏବଂ ଏମ ବାଲାମୁରଲୀକୃଷ୍ଣ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

Related posts

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସା‌ହିତ୍ୟିକ ଓ ସାମ୍ବାଦିକ

Sunil Chandra Nayak

ଜିଲ୍ଲା ସଂସ୍କୃତି ପରିଷଦରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସାମିଲ

Sunil Chandra Nayak

Leave a Comment

error: Content is protected !!