ପାପଡାହାଣ୍ଡି,15/8, ମନିସ — ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ବହୁ ଦୋକାନ ଓ ଘରେ ପାଣି ପସି ଯାଇଛି | ବସଷ୍ଟାଣ୍ଡ, ହାଟ ପଦା ଓ ପାଇକ ସାହି ଅଂଚଳର ଲୋକେ ବର୍ଷା ପାଣି ପଶିଯିବା ଯୋଗୁଁ ହନ୍ତସନ୍ତ ହୋଇଛନ୍ତି | ପ୍ରାୟ ସଦର ମହକୁମାର 5ଟି ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି | ଉମରକୋଟ ଓ ଭବାନୀ ପାଟଣା ରାସ୍ତାର ବହୁ ଦୋକାନରେ ପାଣି ପସି ଆସବା ପତ୍ର ଆଦି ଭିଜି ଯାଇ ନଷ୍ଟ ହୋଇଛି | ୟୁଜି ଏମି ସ୍କୁଲ ଓ ବ୍ଲକ କଲୋନୀ ସ୍କୁଲ ଭିତରେ ପାଣି ଜମି କି ରହିଛି | ଗଣେଶ ଶୁକ୍ରୀ, ସଦାଶିବ ପାଇକ, ଦଶରଥ ଜାନୀ, ଶଙ୍କର ପଟନାୟକ ଓ ଖଗ ଭତରା ଙ୍କ ଘର ଭାଙ୍ଗି ଯାଇଛି | ଗ୍ରାମର ମୁଖ୍ୟ ଟୁରୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି | ଚଳିତ ବର୍ଷ ଦୁଇ ଥର ଲେଖାଏଁ ବର୍ଷା ପାଣି ପାଇକ ସାହି, ହାଟ ପଦା, ବସ ଷ୍ଟାଣ୍ଡ ଓ ସତନାମୀ ସାହିର ବହୁ ଦୋକାନ ଓ ଘରେ ପଶିଥିବା ଦେଖିବାକୁ ମିଳିଛି | ଏହାର ସ୍ଥାୟୀ ସମଧାନ କରିବା ଲାଗି ଲୋକେ ନିବେଦନ କରିଛନ୍ତି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ