ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ବହୁ ଘର ଓ ଦୋକାନରେ ପସିଲା ପାଣି

ପାପଡାହାଣ୍ଡି,15/8, ମନିସ — ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ବହୁ ଦୋକାନ ଓ ଘରେ ପାଣି ପସି ଯାଇଛି | ବସଷ୍ଟାଣ୍ଡ, ହାଟ ପଦା ଓ ପାଇକ ସାହି ଅଂଚଳର ଲୋକେ ବର୍ଷା ପାଣି ପଶିଯିବା ଯୋଗୁଁ ହନ୍ତସନ୍ତ ହୋଇଛନ୍ତି | ପ୍ରାୟ ସଦର ମହକୁମାର 5ଟି ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି | ଉମରକୋଟ ଓ ଭବାନୀ ପାଟଣା ରାସ୍ତାର ବହୁ ଦୋକାନରେ ପାଣି ପସି ଆସବା ପତ୍ର ଆଦି ଭିଜି ଯାଇ ନଷ୍ଟ ହୋଇଛି | ୟୁଜି ଏମି ସ୍କୁଲ ଓ ବ୍ଲକ କଲୋନୀ ସ୍କୁଲ ଭିତରେ ପାଣି ଜମି କି ରହିଛି | ଗଣେଶ ଶୁକ୍ରୀ, ସଦାଶିବ ପାଇକ, ଦଶରଥ ଜାନୀ, ଶଙ୍କର ପଟନାୟକ ଓ ଖଗ ଭତରା ଙ୍କ ଘର ଭାଙ୍ଗି ଯାଇଛି | ଗ୍ରାମର ମୁଖ୍ୟ ଟୁରୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି | ଚଳିତ ବର୍ଷ ଦୁଇ ଥର ଲେଖାଏଁ ବର୍ଷା ପାଣି ପାଇକ ସାହି, ହାଟ ପଦା, ବସ ଷ୍ଟାଣ୍ଡ ଓ ସତନାମୀ ସାହିର ବହୁ ଦୋକାନ ଓ ଘରେ ପଶିଥିବା ଦେଖିବାକୁ ମିଳିଛି | ଏହାର ସ୍ଥାୟୀ ସମଧାନ କରିବା ଲାଗି ଲୋକେ ନିବେଦନ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ  ଙ୍କ ରିପୋର୍ଟ 

Related posts

ସଫଳା ଦାସ ଙ୍କ କବିତା ଧାରେ ହସ

କ୍ରୁତ୍ରିମ ଜଙ୍ଗଲକୁ କାଟି ସଫା ପରିବେଶ ସ୍ରୁଷ୍ଟି କଲେ ସମସ୍ତ କର୍ମଚାରୀ ବ୍ରୁନ୍ଦ

Sunil Chandra Nayak

ବେଆଇନ ଭାବେ ବିଦେଶୀ ମଦ ଚାଲାଣ ବେଳେ ୨ ଯୁବକ ଗିରଫ ବିଦେଶୀ ମଦ ଜବତ

Leave a Comment

error: Content is protected !!