ଛବିବହି
ରାଗ (କାଳୀ )
କେତେ ସୁନ୍ଦର ମୋ ଛବି ବହି
ମୋହିନିଏ ମୋ ମନ
ଭଳିକି ଭଳି ଛବିରେ ଭରା
ଛବି ଅମୂଲ୍ୟ ଧନ |1|
ହେଲେହଁ ଛୋଟ ଛବି ବହିଟି
ଏହା ଲକ୍ଷେ ରତନ
ଏହି ବହିରେ ରହିଛି ପରା
ମୋହ ଜୀବନ ଧନ |2|
ଏହି ବହିଟି ମଣିଷ କଲା
ଦେଇଛିକେତେ ଶିକ୍ଷା
ଗୁରୁଙ୍କ ସ୍ନେହ ଆଶିଷ ଭରା
ମୋପାଇଁ ମହାଦୀକ୍ଷା |3|
ଅ ଆ ଠାରୁତ ଆରମ୍ଭ କରି
ପୋଥିପୁରାଣ ଯାଏ
ଦେଇଛି ଶିକ୍ଷା ଭୁଲିବି ନାହିଁ
ଜୀବନ ଥିବାଯାଏ |4|
.
ବଡ ହେବାରୁ ପଢ଼ିଲି ପାଠ
ଭୂଗୋଳ ଇତିହାସ
ଗଣିତ ଶାସ୍ତ୍ର ବିଜ୍ଞାନ ବହି
ସାହିତ୍ୟ ସୁପ୍ରକାଶ |5|
ଛବି ବହିର ପ୍ରତ୍ୟେକ ଛବି
ମୋପାଇଁ ମୂଲ୍ୟବାନ
ମୋ ହୃଦୟରେ ଆଙ୍କି ହୋଇଛି
ଦିଶେଜାଜୁଲ୍ୟମାନ |6|
ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର
ଉଦୟ ଅସ୍ତ ଯାଏ
ମନରେ ଥିବ ଉଜ୍ଜଳ ହୋଇ
ଅଭୁଲା ଜ୍ଞାନ ହାଏ |7|
ଆଜି ଯେବେ ମୁଁ କବିତା ଲେଖେ
କିଅବା ଉପନ୍ୟାସ
କିବା ସାହିତ୍ୟ ପଥିକ ହେଲି
ତା ଛବିର ପ୍ରକାଶ |8|
ଛବିବହିକୁ ଶତ ପ୍ରଣାମ
ଅଭୁଲା ଏହାମାନ
ଏହାର ସ୍ମୃତି ଅଲିଭା ଗାର
ଶିକ୍ଷା ଜ୍ଞାନ ବିଜ୍ଞାନ |9|
ଏହି ବହିଟି ଦେଇଛି ଜ୍ଞାନ
ହେଲେବି କେତେ ସାନ
ଏହିବହିକୁ ଆଦର ସହ
କରୁଛି ସସମ୍ମାନ |10|