ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଛବିବହି 

      ଛବିବହି 

      ରାଗ (କାଳୀ )

କେତେ ସୁନ୍ଦର ମୋ ଛବି ବହି

     ମୋହିନିଏ ମୋ ମନ

ଭଳିକି ଭଳି ଛବିରେ ଭରା

     ଛବି ଅମୂଲ୍ୟ ଧନ |1|

 

ହେଲେହଁ ଛୋଟ ଛବି ବହିଟି

      ଏହା ଲକ୍ଷେ ରତନ

ଏହି ବହିରେ ରହିଛି ପରା

       ମୋହ ଜୀବନ ଧନ |2|

 

ଏହି ବହିଟି ମଣିଷ କଲା

       ଦେଇଛିକେତେ ଶିକ୍ଷା

ଗୁରୁଙ୍କ ସ୍ନେହ ଆଶିଷ ଭରା

       ମୋପାଇଁ ମହାଦୀକ୍ଷା |3|

 

ଅ ଆ ଠାରୁତ ଆରମ୍ଭ କରି

       ପୋଥିପୁରାଣ ଯାଏ

ଦେଇଛି ଶିକ୍ଷା ଭୁଲିବି ନାହିଁ

       ଜୀବନ ଥିବାଯାଏ |4|

.

ବଡ ହେବାରୁ ପଢ଼ିଲି ପାଠ

      ଭୂଗୋଳ ଇତିହାସ

ଗଣିତ ଶାସ୍ତ୍ର ବିଜ୍ଞାନ ବହି

        ସାହିତ୍ୟ ସୁପ୍ରକାଶ |5|

 

ଛବି ବହିର ପ୍ରତ୍ୟେକ ଛବି

       ମୋପାଇଁ ମୂଲ୍ୟବାନ

ମୋ ହୃଦୟରେ ଆଙ୍କି ହୋଇଛି

        ଦିଶେଜାଜୁଲ୍ୟମାନ |6|

 

ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର

      ଉଦୟ ଅସ୍ତ ଯାଏ

ମନରେ ଥିବ ଉଜ୍ଜଳ ହୋଇ

      ଅଭୁଲା ଜ୍ଞାନ ହାଏ |7|

 

ଆଜି ଯେବେ ମୁଁ କବିତା ଲେଖେ

         କିଅବା ଉପନ୍ୟାସ

କିବା ସାହିତ୍ୟ ପଥିକ ହେଲି

       ତା ଛବିର ପ୍ରକାଶ |8|

 

ଛବିବହିକୁ ଶତ ପ୍ରଣାମ

       ଅଭୁଲା ଏହାମାନ

ଏହାର ସ୍ମୃତି ଅଲିଭା ଗାର

     ଶିକ୍ଷା ଜ୍ଞାନ ବିଜ୍ଞାନ |9|

 

ଏହି ବହିଟି ଦେଇଛି ଜ୍ଞାନ

        ହେଲେବି କେତେ ସାନ

ଏହିବହିକୁ ଆଦର ସହ

        କରୁଛି ସସମ୍ମାନ |10|

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର, କେନ୍ଦୁଝର

Related posts

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ଜୁନାଗଡ ପୌରପରିଷ ନିର୍ବାଚନରେ ବିଜେଡି ଗଡକୁ ଭାଙ୍ଗିଲା ବିଜେପି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!