ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳ ଦୁଇ ମହିଳା ଚାଷୀ

ସରକାର ଙ୍କ ଅନେକ ଯୋଜନା ଆଜି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାରେ ମୁଖ୍ୟ ଧାରା ବନିଥିବା ବେଳେ ଏହି ଯୋଜନା ଗୁଡିକ ରେ ମହିଳା ମାନେ ସାମିଲ ହୋଇ ସଫଳତା ପାଇଆସୁଛନ୍ତି।ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ର ଝିତ୍ରୀଦୋଡା ଗାଁ ରେ ଦୁଇଜଣ ମହିଳା କମଳିନୀ ଜଗତ ଓ ଯମୁନା ହଂସ ବିଜୁ କୃଷକ ଯୋଜନା ରେ ସାମିଲ ହେବା ଶହ ନିଜ ନିଜ ଥିବା ପଡିଆ ଜମି ରେ ସୁନାର ଫସଲ ଅମଳ କରି ସଫଳ ମହିଳା ଚାଷୀ ଭାବରେ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି।ଏହି ଦୁଇ ମହିଳା ଚାଷୀ ନିଜେ ସ୍ୱାବଲମ୍ବୀ ହେବା ଶହ ଅନ୍ୟ ମହିଳା ଙ୍କୁ କାର୍ଯ୍ୟ ଯୋଗାଇ ବେଶ ଖୁସି ରେ ଥିବା ପ୍ରକାଶ କରିଛନ୍ତି।

ଝିତ୍ରୀଦୋଡା ଗାଁ ରେ ରହୁଥିବା କମଳିନୀ ଓ ଯମୁନା ଙ୍କ ୫/୫ (୧୦)ଏକର ଚାଷ ଜମି ରହିଛି।ଏହି ଜମିରେ ଜଳ ସେଚନ ସୁବିଧା ନଥିବାରୁ ଜମି ପଡିଆ ପଡିଥିଲା।ଦୁଇ ମହିଳା ନିଜ ଜମିରେ ଜଳସେଚନ ସୁବିଧା ପାଇଁ ଖଡ଼ିଆଳ ଉଠାଜଳ ସେଚନ ବିଭାଗ କୁ ଯାଇ ବିଜୁ କୃଷକ ଯୋଜନା ମାଧ୍ୟମରେ ନିଜ ଜମିରେ ବୋର ୱେଲ ଖୋଲାଇଥିଲେ।ଚାଷ ଜମିରେ ଜଳ ସେଚନ ସୁବିଧା ପରେ ଏବେ ଏହି ଜମିରେ ପିଆଜ ଚାଷ ଶହ ବିଭିନ୍ନ   ପନିପରିବା ଚାଷ କରି ଦୁଇ ମହିଳା ପୃଥକ ପୃଥକ ଭାବେ ବାର୍ଷିକ ୩ ଲକ୍ଷ ଲେଖାଏଁ ଟଙ୍କା ପାଇ ଲାଭବାନ ହେଉଛନ୍ତି।କାମ ନ ପାଇ ରାଜ୍ୟ ବାହାରକୁ କାର୍ଯ୍ୟ ପାଇଁ ଯାଉଥିବା ୬ ପରିବାର ଏହି ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ସେମାନେ ମଧ୍ୟ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି।

ଯମୁନା ଓ କମଳିନୀ ଙ୍କ ଚାଷ କାର୍ଯ୍ୟ ରେ ସଫଳତା କୁ ନେଇ ସ୍ଥାନୀୟ ଚାଷୀ ବିଜୁ କୃଷକ ଯୋଜନା ରେ ସାମିଲ ହେଉଥିବା ବେଳେ ଚାଷୀ ଙ୍କ ଆଗ୍ରହ ଓ ଦୁଇ ମହିଳା ଚାଷୀ ଙ୍କ ସଫଳତା ବିଜୁ କୃଷକ ଯୋଜନା ର ଉଦେଶ୍ୟ କୁ ଅଂଚଳ ରେ ସଫଳତା ମିଳୁଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା – ଡର

Sunil Chandra Nayak

ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ଘର ସମ୍ମୁଖରେ ଥିବା ପିକଅପ୍ ଭେନ୍ ଚୋରି

Sunil Chandra Nayak

ଶୁଭଦର୍ଶିନୀ ସଂଯୁକ୍ତl ସାହୁ ଙ୍କ ଗଳ୍ପ ରୋଡ ରୋମିଓ

Sunil Chandra Nayak

Leave a Comment

error: Content is protected !!