ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗାପୂଜା ପାଇଁ ଚିଲିଗୁଡା ଗାଁ ଉତ୍ସବ ମୁଖର

 ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଏକ ପ୍ରମୁଖ ଗାଁ ଚିଲିଗୁଡା ।ଏହି ଗାଁ ରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସ ବାସ କରନ୍ତି ।ହେଲେ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । କହିବାକୁ ଗଲେ ଜୁନାଗଡ଼ ଏବଂ କଲମପୁର ମଝିରେ ଚିଲିଗୁଡା ଗାଁ ।ଦୀର୍ଘ ୨୦ ବର୍ଷ ହେଲା ଚିଲିଗୁଡା ଗ୍ରାମବାସୀ ତଥା ଅଂଚଳ ବାସୀଙ୍କ ସହଯୋଗରେ ଦୁର୍ଗା ପୂଜା ମହା ଆଡମ୍ବର ସହ ପାଳିତ ହୋଇଥାଏ ।ପୂଜା ଆରମ୍ଭରୁ ଶେଷ ଦିନ ପ୍ରଯ୍ୟନ୍ତ ଚିଲିଗୁଡା ଗାଁ ଉତ୍ସବ ମୁଖର ହୋଇ ଉଠେ । ରଙ୍ଗୀନ ସାଜ ସଜ।ରେ କମ୍ପି ଉଠେ ଗାଁ ।ବିଭିନ୍ନ ଗ୍ରାମର ଜନସାଧାରଣ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଉଠେ ଗତ ଦୁଇ ବର୍ଷ ହେଲା କରୋନା କଟ କଣା ଯୋଗୁ ଲୋକେ ମାଙ୍କ ଦର୍ଶନ କରି ପାରି ନ ଥିଲେ ।କିନ୍ତୁ ଚଳିତ ବର୍ଷ ବହୁ ଜନ ସମାଗମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନକୁ ଛୁଇଁ ଯାଉଛି ।ଆସନ୍ତା ୫ ତାରିଖ ଦିନ ଦୁର୍ଗା ପୂଜା ଓ ଗ୍ରାମର ମା ଠାକୁରାଣୀ ଦେବୀଙ୍କ ବିଜୟା ଦଶମୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ପ୍ରତିଯୋଗୀତା ର ଆୟୋଜନ କରାଯାଇଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୧

Sunil Chandra Nayak

ସୟଂଶାସିତ ମହାବିଦ୍ୟାଳୟରେ କ୍ୟାରିଅଁର କାଉନସେଲିଂ

Sunil Chandra Nayak

ଉନ୍ନତ ପ୍ରଣାଳୀରେ ସଜନା ଚାଷ ପାଇଁ ସମାବେଶ

Sunil Chandra Nayak

Leave a Comment

error: Content is protected !!