ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା, ପରିଚାଳନା ପାଇଁ ସୃଷ୍ଟି ହେବ ୫୬୩ଟି ନୂଆ ପଦବୀ

 ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ୩୬ଟି ନୂଆ ଥାନା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ ହେଲା – ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଂଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା ।ଏ ସମସ୍ତ ନୂଆ ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଅପଗ୍ରେଡେସନ କରାଯାଇ ସୃଷ୍ଟି କରାଯାଇଛି ।ଏହି ନୂତନ ଥାନା ଗୁଡିକ ନିମନ୍ତେ ଇନସପେକ୍ଟରଙ୍କ ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏହି ନୁଆ ୩୬ଟି ଥାନା ପ୍ରତିଷ୍ଠା ହେଵା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ମାସା ଆର୍ମି ତରଫରୁ ଲିଖିତ ଦାବିପତ୍ର

Sunil Chandra Nayak

ଖୁଡୁ ଖୁଡି ଖେଳ ଉପରେ ପୋଲିସ ର ଚଢାଉ ୩ ଗିରଫ୍

Sunil Chandra Nayak

କଳାହାଣ୍ଡି ସୋସିଆଲ ୱେଲଫେୟାର ସଙ୍ଗଠନ ଓ ମାଝୀଗୁଡା ପଞ୍ଚାୟତ ପକ୍ଷରୁ ବୃକ୍ଷରୋପଣ 

Sunil Chandra Nayak

Leave a Comment

error: Content is protected !!