ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

 ନୂଆପଡ଼ା -: ଯୁବ କବି ଚତୁର୍ଭୁଜ ସିଂହ ଦେଓ ପ୍ରଥମ କବିତା ସଙ୍କଳନ ‘ ସ୍ନିଗ୍ଧ ଶିଶିର’ ଲୋକାର୍ପିତ ହୋଇଯାଇଛି। ଖଡ଼ିଆଳ ସ୍ଥିତ କଲ୍ଯାଣ ମଣ୍ଡପ ଦୁଇ ଠାରେ ଆୟୋଜିତ ସମାରୋହରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରରପ୍ରାପ୍ତ ପ୍ରାଧ୍ଯାପକ ବିଜୟ କୁମାର ବାରିକ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀ,ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବ,ବୋଡେନ ସ୍ଥିତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ଯାପକ ସାମୁଏଲ ଦାନୀ ,ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ତଥା ସାହିତ୍ଯିକ ଡକ୍ଟର ସୁଶାନ୍ତ କୁମାର ବିଶି ଏବଂ ସମୀକ୍ଷକ ଭାବରେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା କବି ଗୌରାଙ୍ଗ କୁମାର ସାହୁ ଯୋଗ ଦେଇଥିଲେ। କବି ଅଶୋକ କୁମାର ବେହେରା ସ୍ୱାଗତ ସମ୍ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କବି କୈଳାସ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ସଂଗୀତଜ୍ଞ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ଯା ସୁରେଶ୍ୱରୀ ବାଘ , ଗୀତାଞ୍ଜଳି ସାହୁ , ଜୟନ୍ତୀ ସାହୁ, ତେଜସ୍ଵନୀ ନାଏକ, ନିକିତା ମହାଉତି, ସୁଜାତା ପାଣିଗ୍ରାହୀ ଓ ପ୍ରଭାସିନୀ ଯୋଷୀ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ରେ ଗାୟକ ଶିରୋମଣି ଅର୍ଜୁନ ଛତ୍ରିଆ , ନବୀନ କିଶୋର ପାଢ଼ୀ, ସତୀଶ କୁମାର ପଟ୍ଟନାୟକ, ସନାତନ ମହାନ୍ତି, ଡକ୍ଟର ତରୁଣ କୁମାର ପ୍ରଧାନ, ଶିରୀ ଶଙ୍କର ବାରିକ, ଆଲୋକ କୁମାର ରଥ, ଲୋହିତାକ୍ଷ ଯୋଷୀ , ଉପେନ୍ଦ୍ର କୁମାର ପାଣିଗ୍ରାହୀ, ରମାକାନ୍ତ ସିଂହ ସାହାଣୀ ସମେତ ଶତାଧିକ ସାହିତ୍ଯିକ ତଥା ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରତିନାରାୟଣ ରାଉତ ଙ୍କ କବିତା ସର୍ବସଂହା ମାଆ

ବିଦ୍ୟାଳୟ ବାରଣ୍ଡାରେ ଅନଶନ, ଆତ୍ମହତ୍ୟାର ଧମକ ଦେଲେ ଅନଶନକାରୀ

Sunil Chandra Nayak

ଏନଆଇଟି କୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

Sunil Chandra Nayak

Leave a Comment

error: Content is protected !!