ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

ଜୁନାଗଡ଼ ୧୬/୦୭(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପେକ୍ସର ସଭାପତି ଭାବେ ଆଜି ସଂଜୟ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାଯୋଗୁଁ ସଞ୍ଜୟ ତ୍ରିପାଠୀଙ୍କ ପ୍ରାର୍ଥୀତ୍ବ ନିର୍ଦ୍ୱନ୍ଦ୍ୱ ହୋଇଛି।ଆଜି ସକାଳ ୧୦ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ରହିଥିଲା।ହେଲେ ସଞ୍ଜୟ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ସଞ୍ଜୟ ତ୍ରିପାଠୀ ସଭାପତି ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ପୂର୍ବରୁ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ପରିଚାଳନା ପରିଷଦ ର ବରିଷ୍ଠ ସଭ୍ୟ ଖଗେଶ୍ୱର ଧଙ୍ଗଡାମାଝୀ, ସନାତନ କଟା, କୁଞ୍ଜ ଦଣ୍ଡସେନା, ନେତ୍ରା ଭଣ୍ଡାରଘରିଆ, ଅମୂଲ୍ୟ ମେହେର, ବୈକୁଣ୍ଠ ଗହୀର,ଦିବ୍ୟଶଙ୍କର ଗହୀର, କୁଶଧ୍ୱଜ ବାଗ, ଯଶୋଦା ବାଗ,ରାମନାଥ ନାଏକ,ମମତା ନାଏକ,ଚକ୍ର ଧ୍ୱଜ ମାଝୀ,ଭବାନୀ ମାଝୀ ଉପସ୍ଥିତ ଥିଲେ।ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ରବି କୁମାର ନାଏକ,ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବସନ୍ତ ବେହେରା, ରହିଥିଲେ।ସଂଜୟ ତ୍ରିପାଠୀ ସଭାପତି ହେବା ନିଶ୍ଚିତତାକୁ ନେଇ ସ୍ଥାନୀୟ ସରପଞ୍ଚ ମଳୟ ରଞ୍ଜନ ଆଚାର୍ଯ୍ୟ, ପଞ୍ଚାନନ ପୁଝାରି, ଚାପଧାରୀ ପୁଝାରୀ, ଅଚ୍ୟୁତ ତ୍ରିପାଠୀ,ସୋଦନ ପୁଝାରୀ,ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।ଆଗାମୀ ଦିନରେ କଲେଇଗାଁ ପେକ୍ସର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଉଦ୍ୟମ କରିବି ବୋଲି ନିର୍ଦ୍ୱନ୍ଦ ସଭାପତି ପ୍ରାର୍ଥୀ ସଞ୍ଜୟ ତ୍ରିପାଠୀ ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ଼ ଦ୍ଵାରା ନିଯୁକ୍ତି ପାଇଥିବା ୨୨୦ ଜଣ କଳାହାଣ୍ଡି ଛାତ୍ରୀଙ୍କ ହୋସୁର ଗସ୍ତ

Sunil Chandra Nayak

ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ର ଦଶମ ମହାସଭା

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!