ତାଳଚେର,/ ଆର୍ତ୍ତତ୍ରାଣ ପାଣି /: ତାଳଚେର ଖଣି ଅଞ୍ଚଳର ବିଭିନ୍ନ କୋଇଲା ଖଣି ରେ କୋଇଲା ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟ ବନ୍ଦ ଥିବାରୁ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ସଭାପତି ମନୋଜ କୁମାର ପ୍ରଧାନ ସିଧା ସଳଖ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ତାଙ୍କ ସହଯୋଗୀଙ୍କୁ ଦାୟୀ କରି ଉପ-ଜିଲ୍ଲାପାଳ, ତାଳଚେରଙ୍କ ଅଫିସ ପ୍ରାଙ୍ଗଣରେ ନିଜ ଶ୍ରମିକ ସହଯୋଗୀଙ୍କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଣି କାର୍ଯ୍ୟକୁ ତୁରନ୍ତ ଚାଲୁକରିବାକୁ ଏକ ଦାବୀପତ୍ର ଦେଇଥବା ଜଣାଯାଏ l ଖଣି ବନ୍ଦ ଯୋଗୁଁ ଅନେକ ଶ୍ରମିକ ପରିବାର ନିଜର ପ୍ରାପ୍ୟ ହରେଇବା ସହ ତାଳଚେର ରାଜକୋଷ ଉପରେ ଏହାର ସିଧା ସଳଖ ପ୍ରଭାବ ପଡୁଛି ବୋଲି ଅଭିଯୋଗ କରିଛନ୍ତି l ଏହି ବନ୍ଦ ସମୟର ଶ୍ରମିକଙ୍କ ପାଉଣା ଓ ଶ୍ରମିକଙ୍କ ପରିବାର ର ଭରଣ ପୋଷଣ ଦାଇତ୍ତ୍ୱ ବିଧାୟକ ନେବେ କି ବୋଲି ପ୍ରଶ୍ନ କରିଥିବା ଜଣାଯାଏ।