ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜା ଅନୁପ ସିଂହ ମେମୋରୀୟଲ ଟୁର୍ଣ୍ଣଆମେଣ୍ଟ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜାଏଟି ଖେଳ ପଡିଆ ଠାରେ ୧୩ ତମ ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣ୍ଣଆମେଣ୍ଟ ଦୂତୀୟ ସେମିଫାଇନାଲ ମ୍ୟାଚ ଜୁରାବନ୍ଧ ସହିତ ଖଡ଼ିଆଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଜୁରାବନ୍ଧ ଦଳ ୧-୦ ଗୋଲରେ ବିଜୟୀ ହୋଇଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ସମ୍ମାନୀତ ସନ୍ତୁ ପଟନାୟକ ଯୋଗଦାନ କରି ଖେଳର ଉଦ୍ଦେଶ୍ୟ ଓ ଖେଳ ଯୋଗୁ ଭାଇ ଚାରାର ସୃଷ୍ଟି କରେ ବୋଲି ବକ୍ତ୍ୟବ ପ୍ରଦାନ କରିଥିଲେ । ରେଫରି ଭାବେ ସୁଶାନ୍ତ ସ୍ୱାଇଁ , ତାପସ ରଞ୍ଜନ ପତି , ଅମୂଲ୍ୟ ବାରିକ ଓ ରତନ ସିଂହ ବାରିକ ପରିଚାଳନା କରିଥିଲେ । ଧାରା ବିବରଣୀ ପ୍ରକାଶ ଚନ୍ଦ୍ର ପାତ୍ର ସମ୍ପାଦନ କରିଥିଲେ । ଫୁଟବଲ ମ୍ୟାଚକୁ ରାଜା ଅନୁପ ସିଂହ ଦେବଙ୍କ ନାତି ଅଙ୍କିତ ସିଂହ ଦେଓ ନେତୃତ୍ବରେ ଅନୁଷ୍ଠିତ ହେଉଥିବା ବେଳେ ଟୁନା ନାଏକ, ପ୍ରଭୁ ଗୌଡ଼, ବିବେକ ପୋଡ ପ୍ରଶାନ୍ତ ପଟନାୟକ, ରଞ୍ଜନ ପଣ୍ଡା ,ମହମ୍ମଦ ଆକିବସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରୁଛନ୍ତି । ସୂଚନା ଥାଉକି ଏହି ଟୁର୍ଣ୍ଣଆମେଣ୍ଟ ରେ ୮ ଗୋଟି ଦଳ ଯୋଗଦାନ କରିଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

Sunil Chandra Nayak

ନବ ନିର୍ବାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

କେସିଙ୍ଗା ୧୯୯୭ ରୋପ୍ୟ ସଂଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!