ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲା ପ୍ରାଥମିକ ଶିକ୍ଷକ ଏକ୍ସ- କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଜିଲା ସ୍ତରୀୟ ବୈଠକ

 ଡାବୁଗାଁ, ୧୩/୮ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ପ୍ରାଥମିକ ଶିକ୍ଷକ ଏକ୍ସ –କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଜିଲା ସ୍ତରୀୟ ଏକ ବୈଠକ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ବୈଠକ ପୂର୍ବରୁ ଭାରତର ୭୫ ତମ ସ୍ଵାଧୀନତା ତଥା ଅମୃତ ମହୋତ୍ସବ ଅବସରରେ ଜୟନ୍ତୀନଗରସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରୁ ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ଏକ୍ସ –କ୍ୟାଡର ଏବଂ ଗଣଶିକ୍ଷକ ସଂଘର ସଭାପତି ବଲ୍ଲଭ ନାରାୟଣ ପଣ୍ଡା ଙ୍କ ନେତୃତ୍ଵରେ ସମସ୍ତ ଶିକ୍ଷକ ମାନେ ଜାତୀୟ ପତାକା ଧରି ଏକ ମୋଟରସାଇକେଲ ରାଲି ବାହାରି ଗ୍ରାମ ପରିକ୍ରମା କରି ବ୍ଲକ ସମ୍ମିଳନୀ କକ୍ଷ ଠାରେ ପହଞ୍ଚିଥିଲେ | ପରେ ଅନୁଷ୍ଠିତ ବୈଠକରେ ସରକାର କାର୍ଯ୍ୟରତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ପାଇଁ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ବ୍ୟବସ୍ଥା କରିଥିବାରୁ ଜିଲା ସଂଘ ତରଫରୁ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା | ଯେଉଁ ଏକ୍ସ –କ୍ୟାଡର ଶିକ୍ଷକ ମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରରୁ ଜଣଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବା ପାଇଁ ଆଲୋଚନା କରାଯାଇଥିଲା | ଏହାସହ ଶିକ୍ଷକ ମାନଙ୍କ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରଯାଇଥିଲା | ଏହି ବୈଠକରେ ରାଜ୍ୟ ସଂଘର ମହାସଚିବ ହାନେସ ପାତ୍ର ବାଗ, ଜିଲା ସଂଘ ସଭାପତି ସୁଜିତ କୁମାର ପାଢୀ, ଜିଲା ଉପସଭାପତି ମଙ୍ଗଳା ବେହେରା ଓ ଉମେଶ ପାତ୍ର, ଝରିଗାଁ ବ୍ଲକ ସଭାପତି ମୁରଲୀଧର ନାୟକ, ଉମରକୋଟ ବ୍ଲକ ସଭାପତି ସଭାପତି ଗଣ୍ଡ, ପାପଡାହାଣ୍ଡି ବ୍ଲକ ସଭାପତି ମେଘାସ୍ତିନ, ନନ୍ଦହାଣ୍ଡି ବ୍ଲକ ସଭାପତି ବନମାଳୀ ମହାଙ୍କୁଡ, ନବରଙ୍ଗପୁର ବ୍ଲକ ସଭାପତି ଫିରୋଜ ଖାନ, ତେନ୍ତୁଳୀଖୁଣ୍ଟି ବ୍ଲକ ସଭାପତି ପଙ୍କଜ କର୍କରା, ଚନ୍ଦାହାଣ୍ଡି ବ୍ଲକ ସଭାପତି ଅମିତ ଖମାରି, ଡାବୁଗାଁ ବ୍ଲକ ସଂଘ ସମ୍ପାଦକ ଜିତେନ୍ଦ୍ର ମାଝି, ବିଶ୍ଵେଶ କୁମାର ତ୍ରିପାଠୀ, ପ୍ରଦୀପ ପାଢୀ, ରଞ୍ଜିତ ଗୁପ୍ତା, ମନୋଜ ବିଶୋଈ, ପ୍ରଦୀପ ପାଢୀ, ହିମାଂଶୁ ଗୌଡ, ବୈଦ୍ୟନାଥ ସାହୁ, ନୃସିଂହ ଚରଣ ମହାନ୍ତି, ଅବଦୁଲ ଖାନ, ନରସିଂ ମାଝି ଓ ଜିଲର ସମସ୍ତ ଏକ୍ସ –କ୍ୟାଡର ଏବଂ ଗଣଶିକ୍ଷକ ମାନେ ଉପସ୍ଥିତ ଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ଡାବୁଗାଁ ବ୍ଲକ ସଂଘ ଉପସଭାପତି ନରସିଂ ମାଝି ପରିଚାଳନା କରିଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ପରଲୋକ 

Sunil Chandra Nayak

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନବ ନିର୍ବାଚିତ ସରପଂଚ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!