ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

କୋକସରା,୪/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଶନିବାର ୮ ଦଫା ଦାବି ସମୁହକୁ ନେଇ କୋକସରା ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। କୋକସରା ବ୍ଲକ ସଙ୍ଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ଆବାହନରେ ଶତାଧିକ ଏକ୍ସ କେଡର ଶିକ୍ଷକ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ। ସଙ୍ଘ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ୮ ଦଫା ଦାବି ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଆରସିସି ତୋଫାନ ମାଝୀଙ୍କ ଜରିଆରେ ଦିଆଯାଇଛି। ଦାବି ଗୁଡିକ ମଧ୍ୟରେ ଏକ୍ସ କେଡର ଉଚ୍ଛେଦ, ଓଟିଇଟି ଉଚ୍ଛେଦ, ଯୋଗ୍ୟ ଗଣଶିକ୍ଷକଙ୍କୁ ୦୧/୦୩/୧୭ ରୁ ନିୟମିତ କରାଯିବା, ଅବଶିଷ୍ଟ ଗଣଶିକ୍ଷକଙ୍କ ଦରମା ବୃଦ୍ଧି, ଏକ୍ସ କେଡର ଶିକ୍ଷକଙ୍କୁ ସମଗ୍ର ଶିକ୍ଷା ଅଭିଯାନରେ ଡେପୁଟେସନ ବାତିଲ ସହ ୦୧/୦୩/୧୭ ରୁ କ୍ୟାଡର ଭୁକ୍ତ କରିବା ସହ ଅନ୍ୟାନ୍ୟ ପ୍ରମୁଖ ଦାବି ରହିଛି। କୋକସରା ବ୍ଲକ ଏକ୍ସ କେଡର ର ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ, ଉପ ସଭାପତି ପଞ୍ଚାନନ ମାଝୀ, ସୁଜାତା ଜାଲ, କାର୍ଯ୍ୟକାରୀ ସଭାପତି ତଥା ମିଡ଼ିଆ କୋଡ଼ିନେଟର ପ୍ରେମଲାଲ ସାହୁ, ସମ୍ପାଦକ ଦେବୀସିଂ ମାଝୀ, ସହ ସମ୍ପାଦକ ତ୍ରିନାଥ ବାଗ, କୋଷାଧ୍ୟକ୍ଷ୍ ଈଶ୍ୱରୀ ପ୍ରସାଦ ଅଗସ୍ତି, କ୍ଷୀରୋଦ ପଣ୍ଡା, ଶରତ ଚନ୍ଦ୍ର ଭଇଁସାଲ, କ୍ଷୀରସିନ୍ଧୁ ଦାସ, ମାରଗୁଣିଆ ନାଗ, ପଦ୍ମନ ସାହୁ, ସନାତନ ପଣ୍ଡା, ଭାଗ୍ୟବାନ ବାଗ, ପରମେଶ୍ବର ପଟ୍ଟନାୟକ, ମନ ମୋହନ ଦାସ, ପ୍ରସନ୍ନ ନାଏକ, ତୁଳସୀ ରାମ ପଟେଲ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଝରିଗାଁରେ ଗଡିଲା ଅହିଂସା ରଥ , ଭବ୍ୟ ସ୍ବାଗତ ଜଣାଇଲେ ଛାତ୍ରୀ ଛାତ୍ର ଏବଂ ସରକାରୀ କର୍ମଚାରୀ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak

Leave a Comment

error: Content is protected !!