ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକଙ୍କ ଦରମାରେ ଜାଲିଆତି ଘଟଣାରେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା କଳାହାଣ୍ଡି ପୋଲିସ । ଆକାଉଣ୍ଟାଣ୍ଟ ସୂଚୀସ୍ମିତାଙ୍କୁ ଗିରଫ କରିବାକୁ ଚାଲିଛି ତନାଘନା

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା..

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା ରେ ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକ ଗୋଟିଏ ମାସର ଦରମାକୁ ଜାଲିଆତି କରି ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଫେରାର ହୋଇଯାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସୂଚୀସ୍ମିତା ସୁଆରଙ୍କ ପତ୍ତା ପାଉନି ପୋଲିସ । ତେଣୁ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିବାକୁ ରାଜ୍ୟ ବାହାରେ ତଦନ୍ତ ଆରମ୍ଭ କରିଛି କଳାହାଣ୍ଡି ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ସୂଚୀସ୍ମିତାଙ୍କୁ ଖୋଜୁଛି ପୋଲିସ ।

ଅନ୍ୟପଟେ ଏହି ଘଟଣାରେ ଭିଜିଲାନ୍ସ ହାତରେ ଆଉ ଏକ ତଥ୍ୟ ଲାଗିଛି । ସୂଚୀସ୍ମିତା ସୁଆର ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ୨ କୋଟି ଟଙ୍କା ଆକ୍ସିସ ବ୍ୟାଙ୍କରୁ ଟ୍ରାନ୍ସଫର କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ପୂର୍ବରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ଆକାଉଣ୍ଟଙ୍କୁ ଟ୍ରାନ୍ସଫର କରିଥିବା ଅଭିଯୋଗ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଭବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହେବାରୁ ଶିକ୍ଷକ ମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ସେଠାରେ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିବା ପରେ ଦରମା ପ୍ରଦାନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ସୁଆର ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିବା ପରେ ଶିକ୍ଷକ ମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିଲେ । ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇନଥିବା ନେଇ ବ୍ୟାଙ୍କ ସୂତ୍ରରୁ ଜଣାପଡିଥିଲା । ଏହି ଘଟଣାକୁ ନେଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଇଓ ଠାକୁର ଚରଣ ସାହୁ । ଥାନାରେ ମାମଲା ରୁଜୁ ହେବା ପୂର୍ବରୁ ସୂଚୀସ୍ମିତା ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ସୂଚୀସ୍ମିତାଙ୍କ ୩ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏହାପରେ ବରଗଡ଼ ଆମ୍ବାପାଲିରେ ଥିବା ସୂଚୀସ୍ମିତାଙ୍କ ଦୁଇଜଣ ସମ୍ପର୍କୀୟଙ୍କ ଲାପଟପ ଓ ମୋବାଇଲକୁ ପୋଲିସ ଠାବ କରିଥିବା ବେଳେ ଉଭୟଙ୍କୁ ଟାଉନ ଥାନାରେ ଜେରା କରିଥିଲା । ଜେରା ସମୟରେ ଅନେକ ତଥ୍ୟ ପୋଲିସ ଜାଣିବା ପରେ ତଥ୍ୟକୁ ଆଧାର କରି କଳାହାଣ୍ଡିର ସ୍ୱତନ୍ତ୍ର ଟିମ ରାଜ୍ୟ ବାହାରକୁ ଯାଇଥିବା ଜଣାପଡିଛି । ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ସୂଚୀସ୍ମିତାଙ୍କୁ ଠାବ କରିବା ପାଇଁ ଚଢ଼ାଉ ଜାରି ରଖିଛି ପୋଲିସ।

ଅନ୍ୟପକ୍ଷରେ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ଭବାନୀପାଟଣା ଆକ୍ସିସ ବ୍ୟାଙ୍କରେ ଖୋଳତାଡ଼ ଆରମ୍ଭ କରାଯାଇଥିଲା । ଭବାନୀପାଟଣା ବିଇଓ ଅଫିସର ଆକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ସୂଚୀସ୍ମିତା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ପ୍ରାୟ ୨କୋଟି ଟଙ୍କା ଟ୍ରାନ୍ସଫର କରି ହଡ଼ପ୍ କରିଥିବା ଜଣାପଡିଥିଲା । ଅନ୍ୟପକ୍ଷରେ ଭିଜିଲାନ୍ସ ବିଭାଗ ସୂଚୀସ୍ମିତାଙ୍କ ଜମିପଟ୍ଟାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି 

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡିଶା ଡ୍ରାଇଭର ମହାସଂଘ ର ଦଣ୍ଡବତ ଯାତ୍ରା କୁ ସଫଳ ନିମନ୍ତେ ଦୀପ ଦାନ କାର୍ଯ୍ୟକ୍ରମ

Sunil Chandra Nayak

ମହୁରି ପରିବାରର ଶାରଦୀୟ ମହାମିଳନ

Sunil Chandra Nayak

ଗାଁ ରେ ନାହିଁ ପୋଖରୀ ପଲମା ଝରଣ ହିଁ ଗାଁ ଲୋକଙ୍କ ସାହା ଭରସା

Sunil Chandra Nayak

Leave a Comment

error: Content is protected !!