ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁଳି ତାର ସ୍ପର୍ଶରେ ଯୁବକ ମୃତ

ମୟୂରଭଞ୍ଜ- ୨୩/୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଧାଙ୍ଗିଡିମୁତା ପଞ୍ଚାୟତର କାଶିଆବେଡା ଗ୍ରାମରେ ଜନୈକ ଯୁବକ ବିଦ୍ଯୁତ ସ୍ପର୍ଶରେ ମୃତ୍ୟୁ ହୋଇଥିବା ଅଭିଯୋଗ  ହୋଇଛି । ସୂଚନାଯୋଗ୍ୟ କାଶିଆବେଡା ଗ୍ରାମରେ ସୋମବାର ଅପରାହ୍ନରେ ଗାଁ ମଝିରେ ଟ୍ରକ ରାସ୍ତାର ପାର ହେଉଥିବା ସମୟରେ ରାସ୍ତା ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରକୁ ରୁପା ବାଡି ସାହାଯ୍ୟରେ ଘୁଞ୍ଚାଉଥିବା ସମୟରେ ବିଦ୍ୟୁତ୍ ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ‌। ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଧାଙ୍ଗିଡିମୁତା ସରପଞ୍ଚ ଦିଲିପ ସୋରେନ ପିଡିତ ରୁପାଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସହାୟତା କରିଥିଲେ । ‌ ରାଇରଙ୍ଗପୁର ହସ୍ପିଟାଲ ମୃତକର ନାମ ରୂପା ତିରିଆ(୨୦) ,ପିତା ବୁଧିଆରାମ ତିରିଆ । ବାଦାମ ପାହାଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୭/୨୨ ରୁଜୁ କରି ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ବୁଢ଼ାରଜା ମଞ୍ଚରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ୱନାଥପୁରରେ ମନ ମୋହିବ ମୂର୍ତ୍ତି, ମେଢ ଓ ମଣ୍ଡପ , ରାମଚନ୍ଦ୍ରପୁରରେ ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଛାତ୍ର ଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣା, ଅଭିଯୁକ୍ତ ଶିକ୍ଷକ ଚାକିରୀ ରୁ ନିଲମ୍ବିତ

Sunil Chandra Nayak

Leave a Comment

error: Content is protected !!