ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାବ୍ଳକ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଲି

 ନର୍ଲା (ମନିସ)  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଓଡିଶା ନର୍ଲା ଡ୍ରାଇଭର ସଂଘ ପକ୍ଷରୁ ଶତାଧିକ ଡ୍ରାଇଭର ମାନେ ରେଖପୁର ପେଟ୍ରୋଲ ପମ୍ପ ଛକ ଠାରୁ ରାଳିରେ ବାହାରି ଜୟ ଜଗନ୍ନାଥ ନାରାବାଜି ଦେଇ ଚାରିଛକ କଲେଜ ଦେଇ ନର୍ଲା ହାଇସ୍କୁଲ ପଡିଆ ଠାରେ ପହଞ୍ଚି ଥିଲେ । ସେଠାରେ ସଭାକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଓଡ଼ିଶାର ମଉଡମଣୀ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା ଓ ସଂଘ ପକ୍ଷରୁ ବିଭିନ୍ନ ପ୍ରକାର ଆଲୋଚନା ମାଧ୍ୟମରେ ସଭା କାର୍ଯ୍ୟ ହୋଇଥିଲା। ଏଥିରେ ଡ୍ରାଇଭର ମାନଙ୍କୁ ସାଧାରଣ ଜନତାଙ୍କ ଆକ୍ରମଣ ଶିକାରରୁ ରକ୍ଷା କରିବା, ନିଜ ନିଜ ମଧ୍ୟରେ ମିତ୍ରତା ଭାଇଚାରାର ବାର୍ତା ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରି ସମସ୍ତେ ଏକତ୍ରିତ ହୋଇ ବିଚାର କରି ବିପଦବେଳେ ସହଯୋଗ କରିବା, ଶେଷରେ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ନାମ ଧରି ସମସ୍ତେ ଏକତ୍ରିତ ହୋଇ ମାଦକ ଦ୍ରବ୍ୟକୁ ତ୍ୟାଗ କରିବାକୁ ଶପଥ ଗ୍ରହଣ କରିଥିଲେ ।ଉକ୍ତ ସଭାକାର୍ଯ୍ୟରେ ସଭାପତି ଶ୍ରୀ ବିମନ୍ତ ପ୍ରଧାନ, ଉପସଭାପତି ଶ୍ରୀ ରବି ଧରୁଆ, ସମ୍ପାଦକ ଶ୍ରୀ ଦାଶରଥି ସାହୁ, ସହ ସମ୍ପାଦକ ଶ୍ରୀ ଯଶୋବନ୍ତ ନିଆଲ୍, କୋଷାଧକ୍ଷ ଶ୍ରୀ ଧନେଶ୍ଵର ସାହୁ, ଉପଦେଷ୍ଟାର ନବୀନ ପ୍ରମୁଖ ଉପସ୍ଥିତ ଥିଲେ। ନର୍ଲା ବ୍ଳକର ସମସ୍ତ ଡ୍ରାଇଭର ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବାସନ୍ତୀ ଲତା ଜେନା ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

Sunil Chandra Nayak

ଖଡ଼ିଆଳ ଏନଏସି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!