ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ସେଥିରେ କି ଲାଭ ଅଛି???

ସେଥିରେ କି ଲାଭ ଅଛି???

 

କୁନା ସେଠୀ

 

କଥା କହୁଥିବ ବଡ଼ ବଡ଼ ଖାଲି

କାମ ଥିବ ତାର ଶୂନ

କୁହାଳିଆ ହୋଇ ନାଆଁ କରିଥିବ

କାମରେ ଥିବ ସେ ନ୍ୟୁନ

ଏଥିରେ କି ଲାଭ ଅଛି

ହାତରେ ଯଦି ତା ଖଡା ଶିଝିବନି

ଲୋକେ ଯେ ବୋଲିବେ ଛିଛି ।

 

ମଣିଷ ହୋଇକି ମଣିଷ ନ ଚିହ୍ନେ

ଚିହ୍ନେ ନାହିଁ ନିଜେ ନିଜକୁ

ଗର୍ବ ଅହଂକାରେ ବୁଡି ରହେ ଖାଲି

ଆସେ ନାହିଁ କାର କାମକୁ 

ଏଥିରେ କି ଲାଭା ଅଛି

ଏପରି ଜୀବନ ଅଟେ ହୀନିମାନ

ଶାନ୍ତି ମିଳିବନି କିଛି ।

 

ଧାର୍ମିକ ବୋଲାଇ ପ୍ରବଚନ ଦେଇ

ବୁଲୁଥିବ ସାହି ସାହି

ଗେରୁଆ ବସ୍ତ୍ରରେ ସଜ୍ଜିତ ହୋଇ ସେ

ମାରୁଥିବ ଖାଲି ହାଇ

ଏଥିରେ କି ଲାଭ ଅଛି

ବାପା ମାଆ ତାର ଭିକ ମାଗୁଥିବେ

ଖାଇବା ନ ପାଇ କିଛି ।

 

ବରଷା ଆସିଲେ ଚଷା ପୁଅ ପରା

ଚାଷ ପାଇଁ ତରତର

ସମୟ କୁ ଧରି ଚାଷ କରିଗଲେ

ଲାଭ ଯେ ମିଳେ ପ୍ରଚୁର

ଏଥିରେ କି ଲାଭ ଅଛି

ଆଦାୟ ଶସ୍ୟକୁ ବିକି ନ ପାରିଲେ

ଲାଭ ଯେ ହବନି କିଛି ।

 

ସକାଳରୁ ସଞ୍ଜ ସଞ୍ଜରୁ ସକାଳ

କାମ କରୁଥାଏ ବସି

ଶ୍ରମ ବଦଳରେ ମୂଲ ଯାହା ମିଳେ

ସେଥିରେ ଥାଏ ସେ ଖୁସି

ଏଥିରେ କି ଲାଭ ଅଛି

ମିଳିବା ଧନକୁ ଭାଟିରେ ଉଡାଇ

ରାସ୍ତା କଡ଼ ନେଲେ ବାଛି ।

 

ପଦବୀରେ ଥାଇ ପାୱାର ଦେଖାଇ

କରୁଥିଲେ ନିଜ କାମ

ଅଫିସର ଭାବେ ଚାରିଆଡେ ତାର

ହୁରି ପଡୁଥିବ ନାମ

ଏଥିରେ କି ଲାଭ ଅଛି

ଲାଞ୍ଚୁଆ ବୋଲି ଯେ ଭିଜିଲାନ୍ସ ଯଦି

ବନ୍ଧୁଥିବ ତାକୁ ବାଛି ।

 

ଉଚ୍ଚ ଶିକ୍ଷା ପାଇ ମେଧାବୀ ନାମରେ

ବଡ଼ ପରିଚୟ ନେଇ

ଘୁରି ବୁଲେ ସିଏ ଗାଆଁଠୁ ସହର

ଶିକ୍ଷିତର ଚିହ୍ନ ବହି

ଏଥିରେ କି ଲାଭ ଅଛି

ବୃଦ୍ଧି ବଳେ ଯଦି କର୍ମେ ନ ଲାଗିଲା

ମୂଲ୍ୟ ରହିବନି କିଛି ।

 

ସବୁରି କ୍ଷେତ୍ରରେ ଲୋଡ଼ା ଟିକେ ଜ୍ଞାନ

ଲୋଡ଼ା ଉପସ୍ଥିତ ବୃଦ୍ଧି

ସଧାରଣ ଜ୍ଞାନ ପାଖିରେ ରହିଲେ

ହୋଇବ ସବୁଠି ନିଧି

ଲାଭ ଯେ ପାଇବା କିଛି

ସମୟ ଟା ଗଡି ଯିବାର ଆଗରୁ

କର୍ମ ନିଅ ନିଜ ବାଛି ।

ଭୁତସରସିଙ୍ଗି, ଗଞ୍ଜାମ

Related posts

ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

Sunil Chandra Nayak

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!