ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ଗଜ ଉଦ୍ଧାରଣ ବେଶ

ଗଜ ଉଦ୍ଧାରଣ ବେଶ

 

ଗଜରାଜ ଡାକ ଦେଲା

        ଥାଇ ଘୋର ଜଳେଣ,

ଚକ୍ରପେଶି ନକ୍ରନାଶି

      ଉଦ୍ଧରିଲେ ଆପଣ। ୦।

ଭକତର ଭଗବାନ

   ରଖିବାକୁ ସ୍ମରଣ,

ଗଜରାଜ ବେଶ ହେଲ

    ଆହେ ଚକାନୟନ। ୧।

ଭ୍ୟୋମବଂଶ ରାଜମାତା

     କରିଲେ ପ୍ରଚଳନ,

ଶ୍ରୀ ବିଗ୍ରହ ହେବେ ବେଶ

      ମାଘ ପୂର୍ଣ୍ଣିମା ଦିନ। ୨।

ଜଗନ୍ନାଥ ବଳଭଦ୍ର

    ହୁଅନ୍ତି ଚତୁ଼ଃହସ୍ତ,

ଦ୍ଵିଭୁଜ ହୁଅନ୍ତି ପୁଣି

   ଭଗ୍ନୀ ସୁଭଦ୍ରା ମାତ। ୩।

ଶଙ୍ଖ,ଚକ୍ର,ଗଦା,ପଦ୍ମ,

       ଜରି ଶୋଲ ନିର୍ମିତ,

ପକ୍ଷୀରାଜ ପୃଷ୍ଠେ ପ୍ରଭୁ

      ପଦ୍ମାସନେ ଶୋଭିତ। ।୪।

 ବଳଭଦ୍ରଙ୍କ ହସ୍ତରେ

     ଶୋଭେ ହଳ ମୂଷଳ,

ମୁଷ୍ଟିବଦ୍ଧ ମା’ ହସ୍ତରେ

      ପଦ୍ମ ଯେ ଢଳଢଳ। ।୫।

      ସନ୍ତୋଷ କୁମାର ପଣ୍ଡା

        କଟକ‌

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା

ସାଇ ଅଂଶୁମାନ ଙ୍କ କବିତା ସ୍ମୃତି ରେ ସୁବାସ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

Sunil Chandra Nayak

Leave a Comment

error: Content is protected !!