ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଖବରଦାତା ସମ୍ମିଳନୀରେ ଝାଡ଼ଖଣ୍ଡ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

 ମୟୂରଭଞ୍ଜ – ୨୬/୧୦/୨୨ (ମସିହା) ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ସବୁଦଳ ଭଳି ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତାର ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନି ସୋରେନଙ୍କ ଦ୍ଵାରା ନୂତନ କଳେବର ସୃଷ୍ଟି ହୋଇଛି । ମୟୂରଭଞ୍ଜ ଜିଲ୍ଲା ଏକ ଵୃହତ ଜିଲ୍ଲା ହୋଇଥିବାରୁ ଦଳର ସାଂଗଠନିକ ସୁଦୃଢ ପାଇଁ ପୂର୍ବ ମୟୂରଭଞ୍ଜ ଏବଂ ପଶ୍ଚିମ ମୟୂରଭଞ୍ଜ ଦୁଇଟି ସାଂଗଠନିକ ଜିଲ୍ଲା ଗଠନ କରିଛନ୍ତି । ଝାମୁମୋ ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅନୁମତି କ୍ରମେ ରାଇରଙ୍ଗପୁର ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ୟାଳୟ ପରିସରରେ ଦଳର ମହା ସଚିବ ଶ୍ରୀ ଦୁଵରାଜ ନାଗଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଝାମୁମୋ ବରିଷ୍ଠ ନେତା ଶ୍ରୀ ସୁନିଲ ମାଝୀ ପଶ୍ଚିମ ମୟୂରଭଞ୍ଜ ଝାମୁମୋ ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ପଶ୍ଚିମ ମୟୂରଭଞ୍ଜ ଝାମୁମୋ ଦଳର ସଭାପତି-ସନାତନ ମୁଣ୍ଡା,ଉପାଧ୍ଯକ୍ଷ- ଶ୍ରୀ ରଣଜିତ ବାସ୍କେ,ଶ୍ରୀ ଯଶୋବନ୍ତ ବାରିକ,ଅନଓ୍ବାର ହୁସେନ,ଶ୍ରୀ ମଦନ ମାର୍ଣ୍ଡୀ, ସଂପାଦକ – ସେକ୍ ଅବଦୁଲ ମାନାନ,ସହ ସଂପାଦକ -ଶ୍ରୀ ସୁବିଧା ଚରଣ ଟୁଡୁ, ମହେନ୍ଦ୍ର ନାଥ ମୁର୍ମୁ,କାଳୀ ଚରଣ ଟୁଡୁ,,ଶୁରୁ ପାହାଡି,ଜୟ ନାରାୟଣ ହାଁସଦା, ଜିଲ୍ଲା ମୁଖପାତ୍ର – ସନ୍ତୋଷ କୁମାର ମୁର୍ମୁ,କୋଷାଧ୍ଯକ୍ଷ- ମୋଟା ବିରୁଆ,ଅଫିସ ସଂପାଦକ – ମନୋଜ ବିଶ୍ବାଳ,ମୈଷା ସୋରେନ,ଦୁର୍ଗା ଚରଣ ସୋରେନ,ଗଙ୍ଗାରାମ ସାଇଆଁ,ଫାତେ ସୋରେନଙ୍କ ନାମ ଘୋଷଣା କରିଥିଲେ ।

    ସେହିଭଳି ଝାଡ଼ଖଣ୍ଡ ମହିଳା ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ । ଜିଲ୍ଲା ସଭାପତି- ଶ୍ରୀମତୀଆଦରାଣୀ ଵେଶ୍ରା,ଉପସଭାପତି-ଶ୍ରୀମତୀ ଶୁଭାଷିନୀ ହାଁସଦା,ସଂପାଦିକା-ତପସ୍ବିନୀ ବେହେରା,ସହ ସଂପାଦିକା -ଶ୍ରୀମତୀ ମୁନି ମାଝୀ,କୋଷାଧ୍ଯକ୍ଷା-ଶ୍ରୀମତୀ ଗୀତା ପୂର୍ତ୍ତୀଙ୍କ ନାମ ଘୋଷଣା କରାଯାଇଥିଲା ।

    ଶେଷରେ ଝାଡ଼ଖଣ୍ଡ ଯୁବମୋର୍ଚ୍ଚାଙ୍କ ନାମ ଘୋଷଣା କରାଯାଇଥିଲା । ଜିଲ୍ଲା ସଭାପତି-ଶ୍ରୀ ମଧୁସୂଦନ ସାହୁ,ଉପସଭାପତି-ଶ୍ରୀ ଘନଶ୍ୟାମ ପିଙ୍ଗୁଆ ଏବଂ ସେକ୍ କଲୁଆ, ସଂପାଦକ-ଶ୍ରୀ ବିଶ୍ବନାଥ ମହତୋ,ସହ ସଂପାଦକ-ଶ୍ରୀ ବାଲିଆ ମାଝୀ, କୋଷାଧ୍ୟକ୍ଷ -ଶ୍ରୀ ପତରସ ଲିୟାଙ୍ଗୀ ନାମ ଘୋଷଣା କରାଯାଇଥିବାବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶ୍ରୀ ପିତାମ୍ବର ମାର୍ଣ୍ଡୀ,ଶ୍ରୀ କାମରାଜ ବାସ୍କେ,ଶ୍ରୀ ବିଜୁ ହାଁସଦା,ଆନପା ବାସ୍କେ, ଅମୂଲ୍ୟ ମାର୍ଣ୍ଡୀ,ଏବଂ ମଦନ ମାର୍ଣ୍ଡୀଙ୍କ ନାମ ଘୋଷଣା କରାଯାଇଥିଲା ।କାର୍ଯ୍ୟକ୍ରମରେ ବରିଷ୍ଠ ଝାମୁମୋ ନେତା ସାଲୁ କିସ୍କୁ,ଭାଗବତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।ବରିଷ୍ଠ ନେତୃବୃନ୍ଦ ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ନୂତନ କର୍ମକର୍ତ୍ତା ଦଳର ସୁପ୍ରିମୋ ଶ୍ରୀମତୀ ଅଂଜନୀ ସୋରେନ,ଦଳର ମହାସଚିବ ଦୁବରାଜ ନାଗ ଏବଂ କେନ୍ଦ୍ର କମିଟି ସଦସ୍ୟ ପବନ କୁମାର ସେମାନଙ୍କ ଉପରେ ଯେଉଁ ଗୁରୁ ଦାୟିତ୍ବ ଅର୍ପଣ କରିଛନ୍ତି ତାହାକୁ ନିଷ୍ଠାର ସହ ପାଳନ କରିବା ସହ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ଦଳ‌ ଯେଉଁ ଦାୟିତ୍ବ ଦେବେ ସେମାନେ ତାହା ଶୃଙ୍ଖଳାର ସହ ପାଳନ‌ କରିବେ ବୋଲି କହିଥିଲେ ।ତଦସହ ଦଳର ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଥିଲେ 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ

Sunil Chandra Nayak

ରାୟଗଡାରେ ବିଜେଡିର ବାଜିମାତ୍

Sunil Chandra Nayak

ନୃସିଂହ ମନ୍ଦିର ପରିଚାଳନା କମିଟି ଜିରିଙ୍ଗିପଡା ପକ୍ଷରୁ ଗହ୍ମାଡିଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!