ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ବ୍ଲକ ଗସ୍ତ ରେ ଜିଲ୍ଲାପାଳ  

ମ,ରାମପୁର,୦୩/୦୮(ମସୀହା):- କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଜି ମ.ରାମପୁର ବ୍ଲକକୁ ଗସ୍ତ କରିଛନ୍ତି l ସେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ମିଶନ ଶକ୍ତି ମହିଳା ସଦସ୍ୟା, ପଞ୍ଚାୟତ ପ୍ରତିନିଧି ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଭବ୍ୟ ସ୍ବାଗତ ଜଣାଇଥିଲେ l ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କୁମ୍ଭ କଳସ ଥାପି ମୁରୁଜ ଆଙ୍କି ଫୁଲଗୁଛ ଦେଇ ମହିଳାମାନେ ସ୍ବାଗତ କରିଥିଲେ l ସେ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଯାଇ ଉନ୍ନୟନ କାର୍ଯ୍ୟ ଦେଖିବା ସହିତ ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l   

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l 

 

Related posts

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କୁ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର ୨୦୨୨ ପ୍ରାପ୍ତ

Sunil Chandra Nayak

ମନୋଜ ରଥ ଙ୍କ ଗଜଲ୍

Sunil Chandra Nayak

ଜୁନାଗଡ ଏନ୍ ଏ ସି କାଉନ୍ସିଲ୍ ଦ୍ଵିତୀୟ ବୈଠକ , ଉନ୍ନୟନ୍ନ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର

Leave a Comment

error: Content is protected !!