ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲଚରାଲ ଏକାଡେମୀର ୩୧ତମ ପତ୍ର ପତ୍ରିକା ଦିବସ ପାଳିତ

ଗଣମାଧ୍ୟମ ମଧ୍ୟରେ ଐକ୍ୟବଦ୍ଧତା ରହିବା ଦରକାର: ପ୍ରାଧ୍ୟାପକ ଅଭିରାମ ବିଶ୍ବାଳ …

ରାଉରକେଲା/ କଲଚରାଲ ଏକାଡେମୀ ତରଫରୁ କର୍ମବୀର ଗୌରୀଶଙ୍କର ଜୟନ୍ତୀ ଉପଲକ୍ଷେ ୩୧ତମ ପତ୍ର ପତ୍ରିକା ଦିବସ ସମାରୋହରେ ରାଷ୍ଟ୍ର ଓ ଗଣମାଧ୍ୟମ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହା ସହ ବିଶିଷ୍ଟ ସାହିତ୍ୟିକ ଓ ସାମ୍ବାଦିକ ସ୍ବର୍ଗତ ରଜନୀକାନ୍ତ ଦାସଙ୍କ ସ୍ମୃତିଦିବସ ପାଳନ କରାଯାଇଥିଲା। ପଶୁପତିନାଥ ଚାଟାର୍ଜୀ ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଅକ୍ଷୟ ସାମଲଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆରଏସପି ର ଭାରପ୍ରାପ୍ତ ମହାପରିଚାଳକ ପ୍ରତାପ କୁମାର ସ୍ବାଇଁ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ଭୁପେନ ମହାପାତ୍ର ଓ ଭୁବନେଶ୍ବର ରାଜଧାନୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଅଭିରାମ ବିଶ୍ବାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ସ୍ବାଇଁ ନିରପେକ୍ଷ ଗଣମାଧ୍ୟମ ସଂପର୍କରେ ଆଲୋଚନା କରିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ସ୍ବର୍ଗତ ରଜନୀକାନ୍ତ ଦାସଙ୍କ ସ୍ମୃତି ଚାରଣ କରି ତାଙ୍କ ନିର୍ଭୀକତା, ସାମାଜିକ ପ୍ରତିବଦ୍ଧତା ଓ ନିରପେକ୍ଷ ସମ୍ବାଦ ପରିବେଷଣ ତଥା ଅନୁଷ୍ଠାନ ସହ ଭାବଗତ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ପ୍ରାଧ୍ୟାପକ ବିଶ୍ବାଳ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରି କହିଲେ ଯେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିଲେ ହେଁ ସଂପ୍ରତି ସାମାଜିକ ଗଣମାଧ୍ୟମକୁ ପଞ୍ଚମ ସ୍ତମ୍ଭ କୁହାଯାଉଛି। ତେବେ ଏହି ପଞ୍ଚମ ସ୍ତମ୍ଭ ମିଥ୍ୟାକୁ ମହିମା ମଣ୍ଡିତ କରି ସତ୍ୟର ରୂପ ଦେଇଥାଏ ଓ ତାହା କରୋନା ମହାମାରୀଠାରୁ ଦୃତ ଗତିରେ ସଂକ୍ରମଣ ହୋଇଥାଏ। ସରକାର ହେଉଛି ଏକ ମୂର୍ତ୍ତିବନ୍ତ କଳ। ରାଷ୍ଟ୍ର ସରକାର ଙ୍କ ଠାରୁ ଅଲଗା। ସରକାର ଙ୍କୁ ବିରୋଧ ଯାହା ତାହା ରାଷ୍ଟ୍ରର ବିରୋଧ ନୁହେଁ। ରାଷ୍ଟ୍ର ଗଠନ ଓ ବିକାଶ ପ୍ରକ୍ରିୟାରେ ଗଣମାଧ୍ୟମର ଭୂମିକା ଥାଏ। ଖବର ହେଉଛି ସାନ୍ଧ୍ର ଗୁଜବ। ଖବର ସତ୍ୟ ହୋଇନଥିଲେ ତାହା ସତ୍ୟକୁ ଉଦଘାଟନ କରିପାରେ ନାହିଁ। କାମଳ ସାମ୍ବାଦିକତା ସତ୍ୟକୁ ବିକୃତ କରାଇଥାଏ। ସେହିପରି ଗୋଟିଏ ଗଣମାଧ୍ୟମକୁ ଆକ୍ରମଣ ହେଲେ ଅନ୍ୟମାନେ ନୀରବ ରହିବା ସୁବର୍ଣ୍ଣ ନୀରବତା ବୋଲି ସେ କଟାକ୍ଷ କରି ଏହା ଭବିଷ୍ୟତ ପାଇଁ ଖରାପ ପରମ୍ପରା ସୃଷ୍ଟି କରିଥାଏ ବୋଲି ମତ ରଖିବା ସହ ଗଣମାଧ୍ୟମ ଭିତରେ ଐକ୍ୟବଦ୍ଧତା କୁ ଶ୍ରୀ ବିଶ୍ବାଳ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅତିଥିମାନେ ନବପତ୍ର ପତ୍ରିକାକୁ ଲୋକାର୍ପିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଏକଡେମୀର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ସାହିତ୍ୟିକ,କବି, ସଂଗଠକ, ସମାଲୋଚକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପାଇଖାନା କାନ୍ଥ ପଡି ବାଳକର ମୃତ୍ୟୁ

Sunil Chandra Nayak

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

Leave a Comment

error: Content is protected !!