ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଆଇ ଲଭ ୟୁ 

   ଆଇ ଲଭ ୟୁ 

ସଂଜ ନଇଁ ଗଲେ ସ୍ବପ୍ନ ଉତୁରେ
  ବିଭବରୀ ଦିଏ ହସି 
ଶରତ ଶିଶିରେ ଶ୍ୟାମଳ ଶୃଙ୍ଗାର
  ମନେ ପଡୁଥାଏ ବେଶି ।
ଏଣୀ ନୟନାର କଣେଇ ଚାହାଣି
   କିଣି ନେଉଥିଲା ମନ
ଲକ୍ଷେ ନକ୍ଷତ୍ରର ନୀଳ ଜହ୍ନ ତଳେ
  ବିତିଥିଲା କେତେ ଦିନ ।
ଅଶ୍ରୁଳ ଆଶ୍ୱିନ ଶେଷ ବର୍ଷାରେ
  ଆମେ ଦୁହେଁ ଥିଲେ ଭିଜି
ପତ୍ରଝଡ଼ା ଏ ପୌଷ ଜାଣିଚି
  ତୁମେ ଯାଇଥିଲ ହଜି ।
ଅନେକ ଦିନର ଅନ୍ତର୍ଦ୍ଧାନ ପରେ
ବ୍ୟବଧାନ କେତେ ଦୁଃଖ
ମିଶ୍ରମେଘର ମାନଚିତ୍ରରେ
  ଭସା ମେଘର ସୁଖ ।
କୁହୁଡି ଘେରା ଏ ମନ ଅରଣ୍ୟରେ
  ମୁଁ ତୁମ ଦୀପଶିଖା 
କାକର ଘେରା ଏ ସଜଳ ସ୍ମୃତିରେ
  ତୁମେ ମୋ ଇନ୍ଦୁଲେଖ। ।
ମୁଁ ଏଠି ତୁମର ଆହତ ଆଷାଢ଼
 ତୀର ତଟିନୀର ଢେଉ
ଥରିଲା ଓଠରେ ଥରଟିଏ କୁହ
  ଆଇ ଲଭ୍ ୟୁ ଲଭ୍ ୟୁ ।

କାଙ୍ଗାଳି ଚରଣ ସେଠୀ

ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ,
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ଯାଜପୁର ରୋଡ଼ 

Related posts

କୋକସରା ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!