ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବା ପରେ ବିଳମ୍ବିତ ରାତିରେ ହଟିଲା ରାସ୍ତା ଅବରୋଧ

କୋକସରା,୨/୭- ( ମ ନି ସ  ) ରଥଯାତ୍ରା ରେ ନବ ବିବାହିତା ଝିଅ ଘର କୁ ପିଠାପଣା ଧରି ସରାଗ ସହ ବାଇକରେ ଯାଉଥିଲେ ବାପା, ମା ଓ ସାନ ଭଉଣୀ , ହେଲେ ଝିଅ ଘର କୁ ଅଲ୍ପ ବାଟ ରହିଥିବା ବେଳେ ଘଟିଲା ଦୁର୍ଘଟଣା । ପୋଲିସ ଗାଡି ଧକ୍କା ଦେବାରୁ ଦୁର୍ଘଟଣାରେ ଚାଲିଗଲା ମା ର ଜୀବନ । ବାପା ଓ ଝିଅ ଏବେ ବୁର୍ଲା ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁ ରୁ ଝିଅ ଘର ଭୁର୍ଷାଗୁଡା କୁ ଯାଉଥିଲେ ବାପା କୃଷ୍ଣଚନ୍ଦ୍ର ମାଝୀ, ମା କିଆ ମାଝୀ ଓ ଛୋଟ ଝିଅ ନମିତା ମାଝୀ। ଭୁର୍ଷାଗୁଡା ବିଜୁ ଏକ୍ସପ୍ରେସ ୱେ ନିକଟରେ ପୋଲିସ ଗାଡି ବାଇକ କୁ ମୁହାଁମୁହିଁ ଧକ୍କା ଦେଇଥିଲା । କୋକସରା ହସ୍ପିଟାଲରେ କିଆ ମାଝୀ ଙ୍କ ମୃତ୍ୟୁ ହୋଇଥିଲା ଓ ବାପା ଓ ଝିଅ ଗୁରୁତର ଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥାନାନ୍ତର କରା ଯାଇଥିଲା । ମହିଳା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଓ କନ୍ଦାଗଡ଼ ଗ୍ରାମବାସୀ ଶବ କୁ ନେଇ ଆମପାଣି ଥାନା ସମ୍ମୁଖରେ ଜାତୀୟ ରାଜପଥ ୨୬ ରେ ରଖି ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ରୁ କ୍ଷତିପୂରଣ ସହ ଚିକିତ୍ସା ଓ ଡ୍ରାଇଭର କୁ ଗିରଫ ଦାବି କରି ରାସ୍ତା ଅବରୋଧ କରି ରଖିଥିଲେ। ଘଟଣା ସ୍ଥଳରେ ଧର୍ମଗଡ ଏସ ଡି ପି ଓ ଧିରଜ କୁମାର ଚୋପଦାର, କୋକସରା ଅତିରିକ୍ତ ତହସିଲଦାର କମାଳାସନ ରଥ, କୋକସରା ଆଇ ଆଇ ସି ପ୍ରସନ୍ନ ବେହେରା, ଆମପାଣି ଆଇ ଆଇ ସି ଚତୁର୍ଭୁଜ ନାଏକ ସମେତ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଝା ସୁଝା କରିବା ସହ ପୋଲିସ ପକ୍ଷରୁ ୯୦ ହଜାର, ରେଡ଼କ୍ରସ ରୁ ୧୦ ହଜାର ଟଙ୍କା ଓ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ହରିଶ୍ଚନ୍ଦ୍ର ଯୋଜନା ରୁ ୨ ହଜାର ଟଙ୍କା ମୃତକ ପରିବାର କୁ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଆଗକୁ ଆର୍ଥିକ ସହାୟତା ଓ ଗୁରୁତର ବାପା ଓ ଝିଅ ର ଚିକିତ୍ସା ଖର୍ଚ୍ଚ ପୋଲିସ ଉଠାଇବ ବୋଳି ପ୍ରତିଶ୍ରୁତି ଦେବାପରେ ରାତି ପ୍ରାୟ ୧ଘଣ୍ଟା ୩୦ ମିନିଟ ରେ ରାସ୍ତା ଅବରୋଧ ହଟିଥିଲା। ଦୀର୍ଘ ୭ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଫଳରେ ଯାତ୍ରୀ ସମେତ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ଠପ ହୋଇ ପଡ଼ିଥିଲା।

Related posts

ବାଲାଜି ସେଠୀ ଙ୍କ କବିତା ବିଘ୍ନ ବିନାଶକ 

Sunil Chandra Nayak

କ୍ରୀଡ଼ା ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!