ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କେଉଁ ନାମ ଧରି ଡାକିବି ତୁମକୁ
     ତୁମେ ପ୍ରଭୁ ନିରାକାର
ଏଇଠି ରହିଛ ଅନନ୍ତ ଅପାର
    ତୁମେ ଜଗତ ଈଶ୍ୱର।
ସ୍ବରରେ ରହିଛି ଗୀତରେ ଶୁଣିଛୁ
    ତୁମେ ଯେ ଭାବ ଠାକୁର
ଭକ୍ତି ଦିଏ ଶକ୍ତି ପ୍ରଭୁ ଦିଏ ମୁକ୍ତି
    ପ୍ରଭୁ ମୋ ଭାଗ୍ୟ ସଂସାର।
ଜପ କରୁଥିଲେ ପବିତ୍ର ହୋଇବା
    ଶୁଦ୍ଧ ରହେ ମନ ଧ୍ୟାନ
ସକାଳ ସଞ୍ଜରେ ପ୍ରଭୁ ଆରାଧନା
     ପ୍ରଭୁଙ୍କୁ କରି ଦର୍ଶନ।
ଯୁଆଡ଼େ ଯାଉଛି ତୁମ ନାମ ଧରି
     ପଥ ଦିଅ ମୋ ଦେଖାଇ
ସ୍ମରଣ ଆସୁଛି ରୂପ ଛବି ହୋଇ
    ଜ୍ଞାନ ଟିକେ ଦିଅ କହି।
ଶୟନେ ସ୍ବପନେ ତୁମ କଥା ମନେ
     ଅନ୍ତରେ କରୁଛି ପୂଜା
ତୁମକୁ ନଦେଖି ଦିନେ ରହି ନାହିଁ
    ତୁମେ ମୋ ପାଇଁ ଯେ ଧ୍ଵଜା
   

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସପ୍ତମ ଜେହୋବା ଯିରୀ ଇଣ୍ଟର୍ ଷ୍ଟେଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ ଘାଟିତ 

Sunil Chandra Nayak

ସର୍ପାଘାତରେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

Sunil Chandra Nayak

ସମାଜସେବୀ ଶ୍ରୀମଦ୍ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଓ ବାବାଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!