କୋକସରା,୨୭/୭- ( ମ ନି ସ ) କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୁଧବାର ମଧ୍ୟାହ୍ନରେ ନବରଙ୍ଗପୁରରୁ ଭବାନୀପାଟଣା ଆସୁଥିବା ଏକ ହୋଣ୍ଡା ସାଇନ ବାଇକ ନମ୍ବର ଓଡ଼ି ୦୮ଆର୍ ୩୫୯୨ କୁ ଘାଟି ରାସ୍ତାରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ ରେ ଥିବା ଦୁଇଜଣ ଗୁରୁତର ଥିବା ବେଳେ ଆମପାଣି ପୋଲିସ ଖବର ପାଇ ଘଟଣାସ୍ଥଳରେ ଆଇଆଇସି ଚତୁର୍ଭୁଜ ନାଏକ ସମେତ ପୋଲିସ କର୍ମଚାରୀ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ପୋଲିସ ଗାଡିରେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତରଖାନାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଭବାନୀପାଟଣା ସହରର କାଳି ମନ୍ଦିର ପଡାର ସନ୍ତୋଷ ଆଚାର୍ଯ୍ୟ (୬୪) ଓ ଗୁରୁତର ହେଉଛନ୍ତି ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବ୍ରାହ୍ମଣ ଚଞ୍ଚରା ଗାଁ ର ସୁଶାନ୍ତ ସାହୁ(୪୨) । ସେ ଅଡ୍ରି ଡାକ୍ତରଖାନାର କର୍ମଚାରୀ ବୋଳି ପୋଲିସ ସୁଚନା ଦେଇଛନ୍ତି। ଘଟଣାସ୍ଥଳରେ ଆମପାଣି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତକ ଙ୍କ ଶବ ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଳି ଆମପାଣି ଥାନାଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି।
previous post
next post