ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା ତୁମେ ରାଗିଗଲେ

ତୁମେ ରାଗିଗଲେ

             ଆଦରମଣି ପ୍ରଧାନ

        
ତୁମେ ରାଗିଗଲେ
ସ୍ତବ୍ଧ ହୁଏ ସୂର୍ଯ୍ୟ
ଜହ୍ନ ବି ଉଁଏନି ଆକାଶେ,,,
ନୀରବରେ ଝଡ଼ ଧୂଳିସାତ କରେ
ଧରଣୀ ବି ଥାଏ ଅଶାନ୍ତ,,,
ତୁମେ ରାଗିଗଲେ
ହଲିଯାଏ ହିମାଳୟ ଆଉ ହିମଗିରି
ସାତ ସମୁଦ୍ର ଶୁଖିଯାଏ
ମୋ ଆଖିର ଲୁହ ଧାରରେ,,,
ଶ୍ରଵଣରେ ବି ଶୁଖୁଥାଏ
ବୈଶାଖୀ ର ବାଲୁଚର,,,
ତୁମେ ରାଗିଗଲେ
ସୃଷ୍ଟିର ସୌନ୍ଦର୍ଯ୍ୟ ବି
ସବୁ ଫିକା ଫିକା ଲାଗେ
ଲାଗେ ଅସହାୟ,,,
ଶରୀରରେ ସବୁ ରକ୍ତ କଣିକା
ଲୁହରେ ଭାସିଯାଏ ,,,
ତୁମେ ରାଗିଗଲେ
ଆକାଶ ବି ନଇଁ ଯାଏ
ବସୁଧା ବି ଖସିଯାଏ
ମୋ ଦୁନିଆର ପାଦତଳୁ,,,
ମୁଁ ଯାଏ ଖଣ୍ଡ ଖଣ୍ଡ ହୋଇ
ମୋର କିଛି କହିବାର ନାହିଁ,,,
ତୁମେ ରାଗିଗଲେ
ସୃଷ୍ଟି ହୁଏ ଶତାବ୍ଦୀର
ସହ ସହ ଶୂନ୍ୟତା ଆଉ 
ଶୂନ୍ୟତାର ଶ୍ମଶାନ ,,,
ମୁଁ ବସିଥାଏ ତୁମ 
ପବିତ୍ରତାର ପ୍ରେମକୁ
କୋଳରେ ଧରି,,,,
ତୁମେ ରାଗିଗଲେ
ହଜିଯାଏ ମୋ ସମ୍ଭାବନାର ପୃଥିବୀ,,,
ଭୁଶୁଡି ପଡେ ମୋ ବିଶ୍ୱାସର
ତାଜ ମହଲରୁ ସବୁ ସ୍ମୃତି,,,
ପରାସ୍ତ ପ୍ରେମିକା ସାଜି
ଇଛା ହୁଏ ତୁମ ଛାତିରେ
ନୀରବରେ ଲାଗିଯିବାକୁ,,,
ଭୁଲର ସବୁ ଲୁହକୁ ଢାଳି ଦିଅନ୍ତି
ତୁମ ପ୍ରଶସ୍ତ ବକ୍ଷରେ,,,

ସିଙ୍ଗିଟି,ଚାନ୍ଦବାଲି, ଭଦ୍ରକ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!