ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବାଲାପଦର ଓ ସେମେଲପଦରରେ ବ୍ୟାପିଲା ଝାଡ଼ାବାନ୍ତି : ଜଣେ ମୃତ, ୮ ଗୁରୁତର

ଲାଞ୍ଜିଗଡ଼, ୨୧/୦୮(ମନିସ)-ସପ୍ତାହେ ହେଲା ଦୁଇଟି ଗାଁରେ ଦଶରୁ ଅଧିକ ଲୋକେ ଝାଡ଼ାବାନ୍ତି ରୋଗର ଶିକାର ହୋଇଥିବାବେଳେ ଏଥିଯୋଗୁଁ ଜଣକର ମ୍ରୁତ୍ୟୁ ଘଟିଛି ! ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଆଠଜଣ ରୋଗୀ ଗୁରୁତର ଅବସ୍ଥାରେ ଥିବା ଜଣାପଡ଼ିଛି ! ଲଗାଣ ବର୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିଁ ! ଆଶା ଓ ମହିଳା ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ଉଦ୍ୟମ କରୁଥିଲେ ହେଁ ସ୍ଥିତି ବିଗିଡ଼ିବାରେ ଲାଗିଛି ! ଲଗାଣ ବର୍ଷା ପରେ ପରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ବାଲାପଦର ଓ ସେମେଲପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବା ଫଳରେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ବଢ଼ିଯାଇଛି ! ଏଥିରେ ବାଲାପଦର ଗାଁର ନିରନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମ୍ରୁତ୍ୟୁ ଘଟିଥିବାବେଳେ ଗାଁର ଚମ୍ପା ମାଝୀ ଓ ବିସ୍କୁଟି ମାଝୀ ଗୁରୁତର ହୋଇ ପଡ଼ିଛନ୍ତି ! ସେହିପରି ସେମେଲପଦର ଗାଁର ବେଣୁଧର ଗଉଡ଼, ବିପ୍ର ମାଝୀ, ଢୁଷା ମାଝୀ, ନେତ୍ରା ମାଝୀ, ସାଏବନୀ ମାଝୀ ଆକ୍ରାନ୍ତ ହୋଇଥିବାବେଳେ ସୁକାନ୍ତି ମାଝୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ! ଖବର ପାଇ ମହିଳା ସ୍ବାସ୍ଥ୍ୟ କର୍ମୀ ଦୀପ୍ତିରାଣୀ ସ୍ବାଇଁ, ପୁରୁଷ ସ୍ବାସ୍ଥ୍ୟକର୍ମୀ କିଶୋର ମାଝୀ, ଆଶା କର୍ମୀ ପ୍ରେମଶିଳା ହରିଜନଙ୍କ ସମେତ ଏକ ମେଡିକାଲ ଟିମ୍ ଅଞ୍ଚଳ ଗସ୍ତ କରିଛନ୍ତି ! ସେହିପରି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ, କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ ! ମ୍ରୁତକ ନିରନ ମାଝୀଙ୍କ ପରିବାର ବର୍ଗଙ୍କୁ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ କରିଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କେନ୍ଦୁପଡା ଗ୍ରାମର ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବର ଦାତା ସମ୍ମିଳନୀ

Sunil Chandra Nayak

ଧର୍ମଗଡ଼ ରେଡ଼କ୍ରସ ରକ୍ତଭଣ୍ଡାର ଠାରେ ଧର୍ମଗଡ଼ ପୋଲିସ ଆନୁକୂଲ୍ୟରେ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Leave a Comment

error: Content is protected !!