ଲାଞ୍ଜିଗଡ଼, ୨୧/୦୮(ମନିସ)-ସପ୍ତାହେ ହେଲା ଦୁଇଟି ଗାଁରେ ଦଶରୁ ଅଧିକ ଲୋକେ ଝାଡ଼ାବାନ୍ତି ରୋଗର ଶିକାର ହୋଇଥିବାବେଳେ ଏଥିଯୋଗୁଁ ଜଣକର ମ୍ରୁତ୍ୟୁ ଘଟିଛି ! ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଆଠଜଣ ରୋଗୀ ଗୁରୁତର ଅବସ୍ଥାରେ ଥିବା ଜଣାପଡ଼ିଛି ! ଲଗାଣ ବର୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିଁ ! ଆଶା ଓ ମହିଳା ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ଉଦ୍ୟମ କରୁଥିଲେ ହେଁ ସ୍ଥିତି ବିଗିଡ଼ିବାରେ ଲାଗିଛି ! ଲଗାଣ ବର୍ଷା ପରେ ପରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ବାଲାପଦର ଓ ସେମେଲପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବା ଫଳରେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ବଢ଼ିଯାଇଛି ! ଏଥିରେ ବାଲାପଦର ଗାଁର ନିରନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମ୍ରୁତ୍ୟୁ ଘଟିଥିବାବେଳେ ଗାଁର ଚମ୍ପା ମାଝୀ ଓ ବିସ୍କୁଟି ମାଝୀ ଗୁରୁତର ହୋଇ ପଡ଼ିଛନ୍ତି ! ସେହିପରି ସେମେଲପଦର ଗାଁର ବେଣୁଧର ଗଉଡ଼, ବିପ୍ର ମାଝୀ, ଢୁଷା ମାଝୀ, ନେତ୍ରା ମାଝୀ, ସାଏବନୀ ମାଝୀ ଆକ୍ରାନ୍ତ ହୋଇଥିବାବେଳେ ସୁକାନ୍ତି ମାଝୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ! ଖବର ପାଇ ମହିଳା ସ୍ବାସ୍ଥ୍ୟ କର୍ମୀ ଦୀପ୍ତିରାଣୀ ସ୍ବାଇଁ, ପୁରୁଷ ସ୍ବାସ୍ଥ୍ୟକର୍ମୀ କିଶୋର ମାଝୀ, ଆଶା କର୍ମୀ ପ୍ରେମଶିଳା ହରିଜନଙ୍କ ସମେତ ଏକ ମେଡିକାଲ ଟିମ୍ ଅଞ୍ଚଳ ଗସ୍ତ କରିଛନ୍ତି ! ସେହିପରି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ, କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ ! ମ୍ରୁତକ ନିରନ ମାଝୀଙ୍କ ପରିବାର ବର୍ଗଙ୍କୁ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ କରିଛନ୍ତି !
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ