ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭବାନୀପାଟଣା – – ରକ୍ତଦାନ ଏକ ମହତ ଦାନ ଏହାକୁ ପ୍ରତିପାଦିତ କରି ଚାଲିଛି ଓଡିଶା ର ଏକ ଅଗ୍ରଣୀ ସମ୍ବାଦ ପତ୍ର ସମ୍ବାଦ। ସମ୍ବାଦ ର ଆମ ଓଡ଼ିଶା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଗ୍ରୱାଲ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ରକ୍ତଦାନ ଶିବିର। ଓଡିଶା ଡ୍ରାଇଭର ମହାସଂଘ, ଜୟପାଟଣା ରାମ ନବମୀ ପାଳନ କମିଟି, ନେତାଜୀ କ୍ଲବ୍ ଧନସୁଲି, ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି, ଏଲ୍ ଏଣ୍ଡ ଟି ର ସହଯୋଗ କ୍ରମେ ଆୟୋଜିତ ଏହି ଶିବିରରେ ୪୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ,ମୁଖ୍ୟବକ୍ତାଭାବେ ଥାନା ଅଧିକାରୀ ବାସୁଦେବ ଛତ୍ରିୟା ଯୋଗ ଦେଇଥିବା ବେଳେ ଡାକ୍ତର ପ୍ରଭାତ ପଣ୍ଡା, ଡାକ୍ତର ମନୋରଞ୍ଜନ ନାଏକ, ଡାକ୍ତର ଗୁଣୀନ୍ଦ୍ର ମହାନ୍ତ, ସମାଜ ସେବୀ ମାଣିକ୍ୟ ଜ୍ୟୋତି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ସମ୍ବାଦ ପ୍ରତିନିଧି ଶେଷଦେବ ବେହେରା ଶିବିର ଟିକୁ ଆୟୋଜନ ଓ ପରିଚାଳନା କରିଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର – କାହା ସ୍ବାର୍ଥରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ 

ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

Sunil Chandra Nayak

ବେଦାନ୍ତ ହସ୍ପିଟାଲକୁ ମିଳିଲା ଇଏସ୍‌ଆଇ ହସ୍ପିଟାଲ ମାନ୍ୟତା

Sunil Chandra Nayak

Leave a Comment

error: Content is protected !!