ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଚିଙ୍ଗୁଡ଼ିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ ଜଣେ ମୃତ, ୨ ଜଣ ଗୁରୁତର, ଜଣେ ଆକ୍ରାନ୍ତ

ଥୁଆମୂଳ ରାମପୁର:୧୧/୭- ମ.ନୀ.ସ:- ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଥୁଆମୂଳ ରାମପୁର ଡାକ୍ତର ଖାନାରେ ଚିକିତ୍ସାଧିନ ଥିବା ଜଣାପଡିଛି। ପ୍ରାପ୍ତ ସୂଚନରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗୋପିନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଙ୍ଗଡିପାସ ଗ୍ରାମରେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ଯ ୨ ଜଣ ଗୁରୁତର ଓ ଜଣେ ଆକ୍ରାନ୍ତ ରହିଛନ୍ତି। ଝାଡାବାନ୍ତି ରେ ଶ୍ରୀପତି ମାଝୀ (୬୨) ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ଓ ୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଝାଡାବାନ୍ତି ରୋଗରେ ଗୁରୁତର ଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ସୁଇଦେଇ ମାଝୀ(୫୦) ରାମ ମାଝୀ(୫୦) ଓ ଆକ୍ରାନ୍ତ ସୀତମାଏ ମାଝୀ (୩୫) ଏହି ଘଟଣା କୁ ନେଇ ଓ୍ବାର୍ଡ ସଭ୍ଯ ତୂରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସୂଚନା ଦେଇଥିଲେ। ସୂଚନା ପାଇ ଭାରପ୍ରାପ୍ତ ଅଧିକାରୀ ଡା. ନୀତିଶ ଝାଙ୍କ ନେତୃତ୍ୱରେ ଏକ ସ୍ବାସ୍ଥ୍ୟ ସେବା ଟିମ ଗଠନ କରି ଚିଙ୍ଗୁଡ଼ିପାସ ଗ୍ରାମରେ ପହଞ୍ଚି ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ ଏହା ସହିତ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଛି ଏବଂ ଘରେ ଘରେ ପହଞ୍ଚି ଔଷଧ ବଣ୍ଟନ କରିଥିଲେ। ଡାକ୍ତର ଙ୍କ ପରାମର୍ଶ କ୍ରମେ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରୁପ୍ରା ଗ୍ରାମ ପଞ୍ଚାୟତ ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗୃହୀତ 

Sunil Chandra Nayak

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!