ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରିଆରୋଡ ରେ ରକ୍ତଦାନ ଶିବିର

ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରୀଆରୋଡ ଠାରେ ରାଜ୍ୟ ସମାଜ ସେବୀ ମହାସଂଘ ଓଡିଶା ଙ୍କ ତତ୍ବାବଧାନରେ ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ନୂଆପଡ଼ା ଓ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖାରିଆରୋଡ ଙ୍କ ମିଳିତ ସଂଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରରେ ମୂଖ୍ୟ ଅତିଥି ଭାବରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରିଆରୋଡ ର ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ରଣା ଯୋଗଦାନ୍ କରି ଶିବିର କୁ ଉଦଘାଟନ କରିଥିବାବେଲେ ସମ୍ମାନିତ ଅତିଥି ଭାବରେ ଖାରିଆରୋଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରୁ ଡ଼ା.ଦେବାଶିଷ ସେନାପତି, ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ନୂଆପଡ଼ା ର ସଭାପତୀ ଶ୍ରୀ ବିକି ଗୁପ୍ତା ଓ ସମାଜସେବୀ ଓ ରକ୍ତଦାତା ଶ୍ରୀ କିଶୋର କୁମାର୍ ପରିଡ଼ା ଯୋଗଦାନ୍ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲେ। ଉକ୍ତ ଶିବିରକୁ ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ର ସାଂସ୍କୃତିକ ସଂପାଦକ ଶ୍ରୀ ପବିତ୍ର ମହାନନ୍ଦ୍ ଓ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରିଆରୋଡ୍ ର ଅଧ୍ୟାପିକା ଶ୍ରୀ ସ୍ବପ୍ନା ରାଉଲ ପରିଚାଳନା କରିଥିଲେ। ପ୍ରଥମେ ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ନୂଆପଡ଼ା ଦ୍ଵାରା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ରକ୍ତଦାନ ତଥା ବିଭିନ୍ନ କ୍ଷେତ୍ରରେ ସମାଜ କଲ୍ୟାଣ ପାଇଁ ତଥା ସମାଜ ସେବା କରିବା ପାଇଁ ପ୍ରେରଣା ଓ ଉତ୍ସାହିତ କରି ଏକ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଉକ୍ତ ଶିବିରରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ର ଛାତ୍ରୀ କୁମାରୀ ହସୀମା ନାଜ୍ ପ୍ରଥମେ ରକ୍ତଦାନ କରୀ ଶିବିର କୁ ବେଶ୍ ଉତ୍ସାହିତ କରିଥିଲେ । ଉକ୍ତ ଶିବିରରେ ନୂଆପଡ଼ା ରକ୍ତ ଭଣ୍ଡାରରୁ ଶ୍ରୀ ଯାଜୟତି ମଲ୍ଲିକ,ବସନ୍ତ ଓଝା (ICDC Counceller) , ଶ୍ରୀ ହରେକୃଷ୍ଣ ମାଝୀ , ରଶ୍ମି ରଂଜନ ପ୍ରଧାନ ତଥା ସରକାରି ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରିଆରୋଡ ର TO ଶ୍ରୀ ସଞ୍ଜୟ କୁମାର ଠାକୁର , ଅଧ୍ୟାପକ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଓ ମଣ୍ଟୁ ମହାନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ। ସରକାରି ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରିଆରୋଡ଼ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରିନ୍ତୁ ରାଜପୁତ,ଅରବିନ୍ଦ ବାଗ ,ପ୍ରଦୀପ ଭୋଇ,ବଜୀନଥ ଟୁଡୁ,ରୋହନ ସାହୁ, ଜୟନ୍ତ ସୁନାନୀ,ଦୋଲମନି ମାଝୀ,ସିବଦୁଲାରି ସତ୍ନମୀ,ଗୋବିନ୍ଦ ନାୟକ,ବିଶ୍ଵ କୁମାର୍ ସାହୁ,ନଗେଶ୍ ବେହେରା, ସାମସଂଗ ଲାମା ରକ୍ତଦାନ କରି ୨୧ ଟି ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ନୂଆପଡ଼ା ର ସହ ସଂପାଦକ ଶ୍ରୀ ଚୈତ୍ତରାମ୍ ହଂସ, ରିଜ୍ଵନ୍ ଅଲ୍ଲୀ, ବିଶ୍ଵାମିତ୍ର ରଣା , ଦିବ୍ୟା ଜାଲ, ଶିବାନନ୍ଦ ପଟେଲ, ମହାନ୍ତି ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ନୂଆପଡ଼ା ରୁ ପବିତ୍ର ମହାନନ୍ଦ ଙ୍କ ରିପୋର୍ଟ 

Related posts

କଳାହାଣ୍ଡିରେ କାୟା ମେଲାଉଛି ମ୍ୟାଲେରିଆ , ୧୧ ବର୍ଷରେ ଗଲାଣୀ ୪୧ ଜଣଙ୍କ ଜିବନ

Sunil Chandra Nayak

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

Sunil Chandra Nayak

Leave a Comment

error: Content is protected !!