ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର 

ରାୟଗଡ଼ -:  ଆଜି ତା 07052023 ରେ ଜେକେ କାଗଜ କଳ ର ସି ଏସ୍ ଆର ବିଭାଗ ତରଫରୁ ମେଡିକଭର ହସପିଟାଲ, ବିଶାଖାପାଟଣା ସହଭାଗିତା ରେ ଏକ ମେଗା ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ ବିଶେଷଜ୍ଞ ଡ ଅନିତା ତ୍ରିପାଠୀ ,ହୃଦ୍ ରୋଗ ବିଶେଷଜ୍ଞ ଡ ଅର୍ଚନା ବେହେରା, ଅସ୍ଥି ଶୈଲ୍ୟ ବିଶେଷଜ୍ଞ, ଡ ପ୍ରବୀଣ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ ରାଧିକା, ଭେଷଜ ବିଶେଷଜ୍ଞ ଆର୍ ରାଜେଶ କୁମାର ଉପସ୍ଥିତ ରହି ଆଖପାଖ ଅଞ୍ଚଳର 206 ଜଣ ରୋଗୀ ଙ୍କୁ ପରୀକ୍ଷା କରାଯାଇଥିଲା। 

କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାସ୍ଥ୍ୟ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। କାର୍ଯ୍ୟକ୍ରମ କୁ ଜେକେ କାଗଜ ଡିସ୍ପେନ୍ସାରି ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ କେ ଭି ରାଓ ଓ ପଦ୍ମା ଯଶବନ୍ତ ପରିଚାଳନା କରିଥିଲେ। ଅନ୍ୟ ଅଧିକାରୀ ମଧ୍ଯ ରେ ଜେକେ କାଗଜ କଳ ର ଉପସଭାପତି ବାଣିଜ୍ଯ ବିଶ୍ୱଜିତ୍ ଦ୍ଵିବେଦୀ ଓ ମହାପ୍ରବନ୍ଧକ ମାନବ ସମ୍ବଳ, ସନ୍ଦୀପ ପାଣ୍ଡେ ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ସମ୍ମନୟ ବୈଠକ

Sunil Chandra Nayak

ରକ୍ତଦାନ ମହାପୂଣ୍ୟ, ସମାଜ ସେବା ମାଧବସେବା

Sunil Chandra Nayak

ଆମ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!